ଆଦର୍ଶ ପାଠାଗାରର ନବନିର୍ବାଚିତ ସଦସ୍ୟଙ୍କ ଶପଥ ପାଠ ଉତ୍ସବ

  • ରାଧାକାନ୍ତ ମିଶ୍ର ସଭାପତି ଓ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ ସାଧାରଣ ସମ୍ପାଦକ ଦାୟିତ୍ଵ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ସର୍ବ ପୁରାତନ ସାହିତ୍ୟ ଅନୁଷ୍ଠାନ ଆଦର୍ଶ ପାଠାଗାରର କର୍ମକର୍ତ୍ତାଙ୍କ ନିର୍ବାଚନରେ ନବ ନିର୍ବାଚିତ ସଦସ୍ୟଙ୍କ ଶପଥ ପାଠ ଉତ୍ସବ ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି । ନିର୍ବାଚନ ଅଧିକାରୀ ବାଉରୀବନ୍ଧୁ ସାହୁ, ଉପଦେଷ୍ଟା ଇଂ ଅଭୟ କୁମାର ଦାସ ଓ ଡାକ୍ତର ଉତ୍ତମ ଚରଣ ଜେନା ନବ ନିର୍ବାଚିତ ସଦସ୍ୟଙ୍କୁ ଶପଥ ପାଠ କରାଇଥିଲେ । ଏହି କ୍ରମରେ ସଭାପତି ଭାବେ ରାଧାକାନ୍ତ ମିଶ୍ର, କାର୍ଯ୍ୟକାରୀ ସଭାପତି ଭାବେ ଡ଼ଃ ସନାତନ ପ୍ରଧାନ, ଉପସଭାପତି ଭାବେ ଗଙ୍ଗାଧର ଦାଶ ଓ ଡ. ଜୟନ୍ତୀ କୁମାରୀ ପାଢ଼ୀ, ସାଧାରଣ ସମ୍ପାଦକ ଭାବେ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ସହ ସାଧାରଣ ସମ୍ପାଦକ ଭାବେ ବିଜୟ କୁମାର ପାତ୍ର, ସମ୍ପାଦକ ଭାବେ କରୁଣାକର ପାଟ୍ଟଶାଣୀ ଓ ପଞ୍ଚାନନ ପାତ୍ର, କୋଷାଧ୍ୟକ୍ଷ ଭାବେ ପର୍ଶୁରାମ ପଟ୍ଟନାୟକ, ମୁଖପାତ୍ର ଭାବେ କୁଞ୍ଜବିହାରୀ ରାଉତ, ମୁଖ୍ୟ ଗ୍ରନ୍ଥାକାରିକ ଭାବେ ଟୁକୁଲା ପାଢ଼ୀ, ଗ୍ରନ୍ଥାକାରିକ ଭାବେ ଅଟମ ରଥ ଓ ଦୀନବନ୍ଧୁ ରଥ, କାର୍ଯ୍ୟକାରୀ ସଦସ୍ୟ ଭାବେ ସର୍ବଶ୍ରୀ ପ୍ରଦୀପ କୁମାର ପଟ୍ଟନାୟକ, ରାଜେନ୍ଦ୍ର ନାୟକ, ଜ୍ୟୋତି ରଞ୍ଜନ ମହାପାତ୍ର, ବିମଳ କୁମାର ସାହୁ, ଅମରେନ୍ଦ୍ର କୁମାର ପାଢ଼ୀ, ନାରାୟଣ ବେହେରା, ବିନୋଦ କୁମାର ତନ୍ତୀ, ପ୍ରଦୀପ୍ତ ପଟ୍ଟନାୟକ, ବିଭୁତି ଭୁଷଣ ବିଶ୍ୱାଳ, ବିଲୋଚନ ପାତ୍ର ପ୍ରମୁଖ ନିର୍ବାଚିତ ହୋଇ ଶପଥ ପାଠ କରିଥିଲେ । ପ୍ରାରମ୍ଭରେ ପ୍ରାକ୍ତନ ସଭାପତି ଚନ୍ଦ୍ରଶେଖର ଶତପଥୀ ବିଦାୟୀ ସଭାପତିତ୍ୱ ଅଭିଭାଷଣରେ ସମସ୍ତଙ୍କ ସହଯୋଗ ପାଇଁ ଧନ୍ୟବାଦ ଦେବା ସହ ଆଗାମୀ ଦିନରେ ଅନୁଷ୍ଠାନକୁ ବଳିଷ୍ଠ କରିବା ପାଇଁ ସହଯୋଗ ବଜାୟ ରଖିବେ ବୋଲି କହିଥିଲେ । ସାଧାରଣ ସମ୍ପାଦକ ଶ୍ରୀ ଖୁଣ୍ଟିଆ ମଞ୍ଚ ପରିଚାଳନା କରିଥିବା ବେଳେ ସହସାଧାରଣ ସମ୍ପାଦକ ଶ୍ରୀ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡାକ୍ତର ବସନ୍ତ କୁମାର ଦାସ ଉପସ୍ଥିତ ଥିଲେ । ପାଠାଗାରର ଉପଦେଷ୍ଟା ଭାବେ ସର୍ବଶ୍ରୀ ଅଭୟ କୁମାର ଦାସ, ଡ଼ା ଉତ୍ତମ ଚରଣ ଜେନା, ବିଷ୍ଣୁ ଚରଣ ମହାନ୍ତି, ଚନ୍ଦ୍ରଶେଖର ଶତପଥୀ ଓ ସର୍ବପୁରାତନ ସଭ୍ୟ ବାଉରୀବନ୍ଧୁ ସାହୁ ମନୋନୀତ ହେଲେ ।

jittmm
Leave A Reply

Your email address will not be published.