ପଦ୍ମ ଧରିଛନ୍ତି ପ୍ରସନ୍ନ ପାଟ୍ଟଶାଣୀ

ଭୁବନେଶ୍ୱର : ସବୁ ଚର୍ଚ୍ଚାର ଅନ୍ତ ଘଟିଛି । ବିଜେଡି ଟିକେଟ୍‌ରେ ୫ ଥର ସାଂସଦ ହୋଇଥିବା ପ୍ରସନ୍ନ ପାଟ୍ଟଶାଣୀ ଏବେ ପଦ୍ମ ଧରିଛନ୍ତି । ଦିଲ୍ଲୀରେ ଥିବା ନବ ନିର୍ବାଚିତ ସାଂସଦ ଓ ବରିଷ୍ଠ ବିଜେପି ନେତାଙ୍କ ସହ କାନ୍ଧରେ ବିଜେପି ଉତ୍ତରୀୟ ପକାଇଥିବା ପ୍ରସନ୍ନ ପାଟ୍ଟଶାଣୀଙ୍କ ଫଟୋ ଏବେ ସୋସିଆଲ୍‌ ମିିଡିଆରେ ଭାଇରାଲ୍‌ ହେଉଛି । ଭାରତୀୟ ଜନତା ପାର୍ଟିର ଦିଲ୍ଲୀ କାର୍ଯ୍ୟଳୟରେ ପାଟ୍ଟଶାଣୀ ଯୋଗ ଦେଇଥିବା ଜଣାପଡ଼ିଛି । ଓଡ଼ିଶା ରାଜନୀତିର ଅନ୍ୟତମ ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀ ବିଜେପିରେ ଯୋଗଦେବେ‌ ବୋଲି ଗତ ଏପ୍ରିଲ ମାସ ଠାରୁ ଚର୍ଚ୍ଚା ହେଉଥିଲା । ଚଳିତ ନିର୍ବାଚନରେ ପାଟ୍ଟଶାଣୀ ଲଢ଼ିବା ପାଇଁ ବିଜେଟିରୁ ଟିକେଟ୍‌ ଚାହୁଁଥିଲେ ବି କିନ୍ତୁ ବିଜେଡି ତାଙ୍କୁ ଟିକେଟ୍‌ ଦେଇ ନଥିଲା । ଟିକେଟ୍ ନମିଳିବାରୁ ଅସନ୍ତୁଷ୍ଟ ହୋଇ ବିଜେଡି ସହ ରହିଥିବା ଦୀର୍ଘ ଦିନର ସମ୍ପର୍କକୁ ତୁଟାଇଛନ୍ତି ପ୍ରସନ୍ନ ପାଟ୍ଟଶାଣୀ ଏବଂ ବିଜେପିରେ ମିଶିଛନ୍ତି ।

Leave A Reply

Your email address will not be published.