oom

ବଉଲ ନାଟ ଏଣ୍ଡ କଲ୍‌ଚରାଲ୍‌ ଏସ୍‌ଓସିଏସନ୍‌ରେ ପତାକା ଉତ୍ତୋଳନ

jsmm

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଖଟଖଟିଆ ଗାଁର ବଉଲ ନାଟ ଏଣ୍ଡ କଲ୍‌ଚରାଲ୍‌ ଏସ୍‌ଓସିଏସନ୍‌ରେ ୭୩ତମ ଜନରାଜ୍ୟ ଦିବସ କୋଭିଡ଼ କଟକଣା ମଧ୍ୟରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଦସ୍ୟମାନେ ଆଗ୍ରହର ସହ ଯୋଗଦେଇ ଥିବାବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ସିଆରସିସି ଶଶାଙ୍କ ପୋଢ଼ ଓ ସ୍ୱତନ୍ତ୍ର ଅତିଥି ଭାବେ ବରିଷ୍ଠ କଳାକାର ଲିଙ୍ଗରାଜ ପ୍ରଧାନ, ଶିକ୍ଷକ ରଂଜୁ ଅମାତ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ । ଅନୁଷ୍ଠାନର ସଭାପତି ଅର୍ଜୁନ ପ୍ରଧାନ, ସଂପାଦକ ନେପାଳ ପଲିଆ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ଉପସଭାପତି ମଧୁ ସିଂହ କୁଶ ପ୍ରଧାନ, ବୃନ୍ଦାବନ ଝଙ୍କାର, ବେଣୁଧର ପ୍ରଧାନ, ଶିବ କମ୍ପ, ଲାଲ ପଲିଆ, ପ୍ରଶାନ୍ତ ଖେତୀ, କୁନା ପ୍ରଧାନ, ଜୟ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ ।

jittmm
Leave A Reply

Your email address will not be published.