centurian jitm

ଶ୍ରୀ ଶ୍ରୀ ମା ତାରିଣୀଙ୍କ ନୂତନ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଆସନ୍ତା ୮ ରୁ ୧୦

ରାଉରକେଲା, (ସସ୍ମିତା ପ୍ରଧାନ) : ପାନପୋଷ ରୋଡ଼ ସ୍ଥିତ ଶ୍ରୀ ଶ୍ରୀ ମା ତାରିଣୀଙ୍କ ନୂତନ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଆସନ୍ତା ୮ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ହେବ ବୋଲି ମନ୍ଦିର ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଏନେଇ ମାଁ ତାରିଣୀ ମନ୍ଦିର ସମିତିର ସଭାପତି ନିର୍ମଳଚନ୍ଦ୍ର ରାଉତରାୟ, ଉପସଭାପତି ଦେବବ୍ରତ ବିହାରୀ, କାଶୀନାଥ ସାହୁ ପ୍ରମୁଖ ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ ଆସନ୍ତା ୮ ତାରିଖ ଦିନ କଳସ ଯାତ୍ରା, ଜଳାଧିବାସ, କୁଣ୍ଡ ମଣ୍ଡଳୀ ପ୍ରସ୍ତୁତି, ଯଜ୍ଞାଧିବାସ, ସନ୍ଧ୍ୟା ୭ ଘଟିକାରେ ସାଂସ୍କୃତିକ କାର୍ଯ୍ୟକ୍ରମ, ନେମାଳ ଶ୍ରୀ ଶ୍ରୀ ଅଚ୍ୟୁତାନନ୍ଦ ଗାଦିର ପ୍ରବଚକ ସୁକାନ୍ତ ଦାସ ମହାରାଜଙ୍କ ପ୍ରବଚନ, ପ୍ରସାଦ ସେବନ, ୯ ତାରିଖ ଦିନ ସଂକଳ୍ପ, ଘଟ ମଣ୍ଡଳ ପୂଜା, ମନ୍ଦିର ପ୍ରତିଷ୍ଠା, ପାର୍ଶ୍ଵଦେବତା ନ୍ୟାସ, ଅଗ୍ନି ସ୍ଥାପନ, ବାସ୍ତୁ ହୋମ, ମନ୍ଦିରରେ ତ୍ରିଶୂଳ ଓ ଦ୍ୱଜାରୋପଣ, ସାଂସ୍କୃତିକ କାର୍ଯ୍ୟକ୍ରମ, ଭୁବନେଶ୍ୱରର ରବିନ୍ଦ୍ର ମହାପାତ୍ରଙ୍କ ଦ୍ୱାରା ମଦନମୋହନ ଭଜନ ସନ୍ଧ୍ୟା, ପ୍ରସାଦ ସେବନ, ୧୦ ତାରିଖ ଦିନ ସୂର୍ଯ୍ୟ ମଣ୍ଡଳ ପୂଜା, ମଣ୍ଡଳାଦି ପୂଜା, ଚଣ୍ଡି ଯଜ୍ଞ, ପୂର୍ଣ୍ଣାହୁତି, ସନ୍ଧ୍ୟା ରେ ଟାଟା ଓ ବମ୍ବେରୁ ଆସିଥିବା କଳାକାର ମାନଙ୍କ ଦ୍ୱାରା ହିନ୍ଦୀ ଭଜନ ସନ୍ଧ୍ୟା ଓ ପ୍ରସାଦ ସେବନର ବ୍ୟବସ୍ଥା ରହିଛି । ଏହି କାର୍ଯ୍ୟକ୍ରମରେ ଯାଜପୁର ଓ ବାଲେଶ୍ଵରରୁ ୧୧ ଜଣ ବ୍ରାହ୍ମଣ ପୂଜାର୍ଚ୍ଚନାରେ ଯୋଗଦେବାକୁ ଥିବା ବେଳେ କର୍ତ୍ତା ଭାବେ ନିର୍ମଳ ଚନ୍ଦ୍ର ରାଉତରାୟ ଓ ରଶ୍ମିତା ରାଉତରାୟ ଦାୟିତ୍ଵ ନିର୍ବାହ କରିବେ । ଏଣୁ କମିଟି ତରଫରୁ ଜନସାଧାରଣଙ୍କୁ ବହୁ ସଂଖ୍ୟାରେ ଯୋଗଦେଇ ମା’ଙ୍କ କୃପା ଲାଭ କରିବା ପାଇଁ ଅନୁରୋଧ କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ କୀର୍ତ୍ତନ ସାମଲ, ପ୍ରଭାତ ମିଶ୍ର, ଋଶିନାଥ ବିଶ୍ୱାଳ, ଅଖିଳ ଦାସ, ଲକ୍ଷ୍ମଣ ପରିଡ଼ା, ଦୁର୍ଗାଚରଣ ମହାପାତ୍ର, ବୁଦ୍ଧିରାମ ମହାନ୍ତି, ଦେବରାଜ ପାଢ଼ୀ, ଦିବ୍ୟସିଂହ ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.