oom

ଅଷ୍ଟ ପ୍ରହର ନାମଯଜ୍ଞ ସହ ସମ୍ପନ୍ନ ହେଲା ଶ୍ରୀ ଶନିଶ୍ଚର ମନ୍ଦିର ପ୍ରତିଷ୍ଠା ଉତ୍ସବ

jsmm

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ କୁଣ୍ଡିଗୁଡା ଗ୍ରାମରେ ପ୍ରଭୁ ଶନିଶ୍ଚର ମନ୍ଦିର ତୃତୀୟ ବାର୍ଷିକ ପ୍ରତିଷ୍ଠା ଦିବସ ଅବସରରେ ଏକ ଭକ୍ତିପୂର୍ଣ୍ଣ ପରିବେଶ ସହ ଅଷ୍ଟ ପ୍ରହର ନାମଯଜ୍ଞ ଆୟୋଜନ ହୋଇଯାଇଛି । ଶହ ଶହ ଶ୍ରଦ୍ଧାଳୁ ପଟୁଆର ସହ ପୂର୍ଣ୍ଣ କଳସ ଆଣି ଯଜ୍ଞସ୍ଥଳରେ ପହଞ୍ଚିବା ପରେ ଯଜ୍ଞ କର୍ମ ଆରମ୍ଭ କରାଯାଇଥିଲା । ମନ୍ଦିର ପ୍ରତିଷ୍ଠା ଉତ୍ସବ ଓ ଅଷ୍ଟ ପ୍ରହର ନାମଯଜ୍ଞରେ ସାମିଲ ହେବା ପାଇଁ ବିଭିନ୍ନ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ଉପସ୍ଥିତ ରହି ମହାପ୍ରଭୁଙ୍କ କୃପା ଲାଭ ସହିତ ନାମ କୀର୍ତ୍ତନ ଶ୍ରବଣ କରିଥିଲେ । କର୍ତ୍ତା ଭାବରେ ଡମ୍ବରୁଧର ନାଏକ ସହଧର୍ମିଣୀ ବାସନ୍ତୀ ନାଏକ ସଂକଳ୍ପ ନେଇଥିଲେ । ବେଣୁଧର ଠାକୁର ପୂଜାକର୍ମ ସମ୍ପାଦନ କରିଥିଲେ । ମନ୍ଦିର ପୂଜା କର୍ମ ସଦାଶିବ ପୁଝାରୀ ସମ୍ପାଦନ କରିଥିଲେ । ଆଠଟି ସଙ୍କୀର୍ତ୍ତନ ଦଳ ଅଖଣ୍ଡ ନାମ କୀର୍ତ୍ତନ କରିଥିବା ବେଳେ ସମସ୍ତ ଶ୍ରଦ୍ଧାଳୁଙ୍କୁ ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା ।

jittmm
Leave A Reply

Your email address will not be published.