ହମିରପୁର ଉନ୍ନୟନ ପରିଷଦର ପବିତ୍ର ଖ୍ରୀଷ୍ଟମାସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ହମିରପୁର ଉନ୍ନୟନ ପରିଷଦ ତରଫରୁ ସରନାଟୋଲି ଠାରେ ପବିତ୍ର ଖ୍ରୀଷ୍ଟମାସ ଓ ଆସନ୍ତା ନବବର୍ଷ ପାଇଁ ଶୁଭେଚ୍ଛା ଜଣାଇ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ଡ଼ଃ. ସୁମନ ଦତ୍ତଙ୍କ ସଭାପତିତ୍ୱ ଓ କାର୍ଯ୍ୟକାରୀ ସଭାପତି ଉପେନ୍ଦ୍ର କୁମାର ନାୟକଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଦାଶ ମୁଖ୍ୟଅତିଥି ଓ ଶିକ୍ଷାବିତ୍ ଡ଼ଃ ପ୍ରଭାତ କୁମାର ମଲ୍ଲିକ ମୁଖ୍ୟବକ୍ତା ଭାବେ ଯୋଗଦେଇ ପବିତ୍ର ଖ୍ରୀଷ୍ଟମାସ ବଡଦିନ ପାଳନର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଉଭୟ ଅତିଥି ମାନବ ସେବା ହିଁ ମାଧବ ସେବା,ସହ ସମସ୍ତଙ୍କ ମଧ୍ୟରେ ଐକ୍ୟବଦ୍ଧତା, ଭାଇଚାରା ଓ ସୌହାର୍ଦ୍ଦପୂର୍ଣ୍ଣ ବାତାବରଣ ବଜାୟ ରଖି ଘୃଣା ଭାବ ସୃଷ୍ଟି ନକରି ପ୍ରେମର ବାର୍ତ୍ତା ବାଣ୍ଟିବା ପାଇଁ ପରାମର୍ଶ ଦେଇଥିଲେ । ସଭାପତି ଡ଼ଃ. ଦତ୍ତଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପସଭାପତି ଦେଓନିସ ଲାକ୍ରା ମହମବତୀ ଜଳାଇ କାର୍ଯ୍ୟକ୍ରମ ଆରମ୍ଭ କରିଥିବା ବେଳେ କୀର୍ତ୍ତିନାଥ ସୋରେଙ୍ଗ ବାଇବେଲର ଅଧ୍ୟାୟ ପାଠ କରିଥିଲେ । ଏହି ଅବସରରେ ଉପସ୍ଥିତ ସମସ୍ତ ସଦସ୍ୟଙ୍କ ମଧ୍ୟରେ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ, ସମାଜସେବୀ ସଞ୍ଜୀବ ମହାନ୍ତି, ବରିଷ୍ଠ ଅଧିକାରୀ ନିଳିମାକାନ୍ତି ବା ଓ ଆଶାକର୍ମୀ ରେବକା ଟପ୍ପୋଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଗଙ୍ଗାଧର ଦାଶ, ମହେଶ୍ୱର ସାହୁ, ବିଷ୍ଣୁ ଚରଣ ନାୟକ,ସୁରଥ ବାଗ, ଏସ୍ ରାଜୁ, ଭାଗିରଥି ମଲ୍ଲିକ, ଅନିଲ କୁମାର ବାଲଚନ୍ଦନୀ, ସି ଲାକ୍ରା, ଅଶୋକ କୁମାର ସାହୁ, ପ୍ରଫୁଲ୍ଲ ସ୍ୱାଇଁ, ମହେନ୍ଦ୍ର ପଣ୍ଡିତ, ଚନ୍ଦ୍ରମଣି ସାହୁ, ରାଜେନ୍ଦ୍ର ଜୟସ୍ୱାଲ, କରୁଣାକର ବିଶ୍ୱାଳ, ସରୋଜ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ କାର୍ଯ୍ୟକାରୀ ସଭାପତି ଶ୍ରୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.