ସୁନାବେଡା ପୌର ପରିଷଦରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

କୋରାପୁଟ, (ସୁନାମ ହନ୍ତାଳ) : ସୁନାବେଡା ପୌର ପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି । ଶନିବାର ସକାଳ ୧୦ଟା ସମୟରେ ପୌର ଅଧ୍ୟକ୍ଷ, ଡଃ. ରାଜେନ୍ଦ୍ର କୁମାର ପାତ୍ର ପତାକା ଉତ୍ତୋଳନ କରିଥିଲେ । ଉପାଧ୍ୟକ୍ଷା ରିତୁ କଣ୍ଟା, ପୌର ନିର୍ବାହୀ ଅଧିକାରୀ ନାରାୟଣ ନାୟକ, ସମସ୍ତ କାଉନସିଲର, ପୌର ପରିଷଦ ସମସ୍ତ କର୍ମଚାରୀ, ସ୍ଵଚ୍ଛ ସାଥିଙ୍କ ଉପସ୍ଥିତିରେ ପତାକା ଉତ୍ତୋଳନ କରାଯାଇଥିଲା । ପୌର ଅଧ୍ୟକ୍ଷ ରାଜେନ୍ଦ୍ର ପାତ୍ର ନିଜ ଅଭିଭାଷଣରେ କହିଥିଲେ ଯେ, ସୁନାବେଡା ପୌର ପରିଷଦ ଅଂଚଳକୁ ବିକାଶ କ୍ଷେତ୍ରରେ ଆଗକୁ ନେବା ପାଇଁ କାଉସିଲର, ସରକାରୀ କର୍ମଚାରୀ ଓ ଜନସାଧାରଣଙ୍କ ମିଳିତ ଉଦ୍ୟମରେ ଆଗକୁ ନିଆଯିବ ବୋଲି ମତ ଦେଇଥିଲେ । ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇ ଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ସ୍କୁଲ ଏବଂ କଲେଜ ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ରୁଦ୍ରାଣୀ ମହାନ୍ତି, କୋରାପୁଟ ସାଂସଦ ପ୍ରତିନିଧି କୃଷ୍ଣ କୁଲଦୀପ, ବିଜେପି ଜିଲ୍ଲା ସଭାପତି ସୁମନ୍ତ ପ୍ରଧାନ ଯୋଗ ଦେଇଥିବା ବେଳେ କାଉନସିଲର ପ୍ରମୁଖଙ୍କ ସହ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଯୋଗଦେଇଥିଲେ ।

Leave A Reply

Your email address will not be published.