oom

ବିଜେଡିର ଗଡ଼ରେ ବିଶାଳ ଶୋଭାଯାତ୍ରା ସହ ସହର ପରିକ୍ରମା

jsmm

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ହେଉଛି ନବୀନଙ୍କ ନିର୍ବାଚନ ମଣ୍ଡଳୀ ଆଉ ସେହି ଜିଲ୍ଲାର ହେଡ୍ କ୍ୱାଟର ଛତ୍ରପୁରକୁ ଆସନ୍ତି ନବୀନ ବାବୁ ନିଜର ନାମାଙ୍କନ ପତ୍ର ଦାଖଲ ପାଇଁ ପ୍ରତିଥର ଆସିଥାନ୍ତି । ଏପରିକି ନବୀନ ବାବୁଙ୍କ ବହୁ ଯୋଜନା, ରାଜ୍ୟସ୍ତରୀୟ, ଜାତୀୟସ୍ତରର ଆନୁଷ୍ଠାନିକ ସଭା, ସମାବେଶ ଆଦି କ୍ଷେତ୍ରରେ ନବୀନ ପଟ୍ଟନାୟକ ଏଠାକୁ ଆସି ନିଜ ନେତ୍ତୃତ୍ଵର ବାର୍ତ୍ତା ଦେଇ ଆସିଥାନ୍ତି । ତେଣୁ ଗଞ୍ଜାମ ଜିଲ୍ଲା ହେଉଛି ନବୀନଙ୍କ ଗଡ଼, ଆଉ ସେହି ଜିଲ୍ଳାର ହେଡ୍‌ କ୍ୱାଟର ହେଉଛି, ବିଜେଡ଼ି ଗଡ଼ର ରାଜଧାନୀ କହିଲେ ଅତ୍ୟୁକ୍ତି ହେବନାହିଁ । ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହରରେ ବିଜୁ ଜନତା ଦଳ ତରଫରୁ ବୁଧବାର ବିଶାଳ ଶୋଭାଯାତ୍ରା ସହ ସହର ପରିକ୍ରମା ହୋଇଛି । ଏହି ରାଲିରେ ପ୍ରାୟତଃ ୫ ହଜାରରୁ ଅଧିକ କର୍ମୀ ସମାବେଶ ହୋଇ ନିର୍ବାଚନୀ ପ୍ରଚାର ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ । ଓଡ଼ିଶା ବିଧାନସଭାର ଜଣେ ତୁଙ୍ଗ ବରିଷ୍ଠ ସଦସ୍ୟ ଡ଼ା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ସ୍ୱତନ୍ତ୍ର ଭାବେ ଏକ ଖୋଲା ଯାନରେ ବର୍ଣ୍ଣାଢ଼୍ୟ ଉତ୍ସବରେ ଶୋଭାଯାତ୍ରା ଆସି ବ୍ରହ୍ମପୁର ବିଧାୟକ ପ୍ରାର୍ଥୀ ଭାବେ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ । ସେହିପରି ଏହି ମିଳିତ ବିଶାଳ ରାଲିରେ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭାବେ ଭୃଗୁ ବକ୍ସିପାତ୍ର ଏବଂ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ଏହି ଶୋଭାଯାତ୍ରାରେ ବାହାରିଥିବା ବେଳେ ବିଜେଡି ଦଳ ତରଫରୁ ଆୟୋଜିତ ଏହି ବିଶାଳ ରାଲିରେ ସହର ପରିକ୍ରମା କରିଥିଲେ । ରାଲିରେ ଜନସାଧାରଣଙ୍କୁ ଖୋଲା ବାହନରେ ବସି ଅଶିର୍ବାଦର ଭିକ୍ଷା କରିବା ପୂର୍ବକ ହାତ ଯୋଡ଼ିକର ହୋଇ ଲୋକଙ୍କୁ ଶୁଭେଚ୍ଛା ଜ୍ଞାପନ କରି ସହର ପରିକ୍ରମା କରିଥିଲେ । ନାନା ବାଦ୍ୟଧ୍ୱନି, ରୋଷଣିରେ ଏବଂ ଜୟ ଜୟକାର ଧ୍ଵନିରେ ଛତ୍ରପୁର ସହର ପ୍ରକମ୍ପିତ ହୋଇ ଉଠିଥିଲା । ଏହା ସାରା ସହରକୁ ନିର୍ବାଚନୀ ପ୍ରଚାର ଆରମ୍ଭ ହୋଇଥିବା ବିଷୟରେ ସଚେତନତା ଜାଗି ଉଠିଥିଲା । ବିଜେଡ଼ିର ଏହି ଶୋଭାଯାତ୍ରାକୁ ଦେଖି ଛତ୍ରପୁର ସହରବାସୀ ସମସ୍ତେ ଆଚମ୍ବିତ ହୋଇ ଉଠିଥିଲେ ବୋଲି ଜଣାଯାଇଛି । ଯାହା ସାଧାରଣରେ ଆଲୋଚନାର ବିଷୟ ହୋଇଛି ।

jittmm
Leave A Reply

Your email address will not be published.