ମାର୍ଚ୍ଚ ପହିଲାରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା

ଭୁବନେଶ୍ଵର : ମାର୍ଚ୍ଚ ପହିଲାରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ଏଥିପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଭିନ୍ନ ହବ୍‌କୁ ପ୍ରଶ୍ନପତ୍ର ଓ ଉତ୍ତରଖାତା ପଠାଇବା ପ୍ରକ୍ରିୟା ଆରମ୍ଭ ହୋଇଛି । ଏହା ପୂର୍ବରୁ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପ୍ରାକ୍ଟିକାଲ ପରୀକ୍ଷା ସରିଛି । ଯୁକ୍ତ ଦୁଇ ଥିଓରୀ ପରୀକ୍ଷା ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଉଛି । ଷ୍ଟ୍ରଙ୍ଗରୁମ୍‌ରେ ପରୀକ୍ଷା ଖାତା ଓ ପ୍ରଶ୍ନପତ୍ର ସିଲ୍ ହୋଇ ରହିବ । ହବ୍ ପରିଚାଳନା ଲାଗି ବୋର୍ଡ ପକ୍ଷରୁ ଗାଇଡ୍‌ଲାଇନ୍ ଜାରି ହୋଇଛି । କଲେଜମାନଙ୍କୁ ଷ୍ଟ୍ରଙ୍ଗ ରୁମ୍ ପ୍ରସ୍ତୁତ କରି ରଖିବାକୁ କୁହାଯାଇଛି । ପରୀକ୍ଷା ପରିଚାଳନା ପାଇଁ ବୋର୍ଡ ପକ୍ଷରୁ ୨୦୨ ହବ୍ ଓ ୧୧୪୫ ପରୀକ୍ଷା କେନ୍ଦ୍ର କରାଯାଇଛି । ଷ୍ଟ୍ରଙ୍ଗ ରୁମ୍ ଗୁଡ଼ିକୁ ୨୪ ଘଣ୍ଟିଆ ସିସିଟିଭି ନିରୀକ୍ଷଣରେ ରଖିବାକୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.