ବଙ୍ଗୋମୁଣ୍ଡା ବ୍ଲକରେ କଳାକାର ସାମର୍ଥ୍ୟ ପରୀକ୍ଷା

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କାର୍ଯ୍ୟାଳୟ ପରିସରରେ ଆଜି ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ପାଇଁ କଳାକାରଙ୍କ ସାମର୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବଙ୍ଗୋମୁଣ୍ଡା ବିଡ଼ିଓ ରିପୁନାଥ ସୁନା ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିପିଏମ ବିଜୟ ବେହେରା, ବଙ୍ଗୋମୁଣ୍ଡା ବ୍ଲକ କଳା ସଂସ୍କୃତି ସଂଘ ଉପସଭାପତି ତଥା ବେତାର କଣ୍ଠଶିଳ୍ପୀ ରେଣୁରଞ୍ଜନ ବାଗ, ବିଏସଏସଓ ସଞ୍ଜିତ ସୁନା, ଡବ୍ଲୁଇଓ ଲାଲଚନ୍ଦ ସିର୍ଦାର, ଗ୍ରାମ୍ୟ ଜଳ ଯୋଗାଣ ବିଭାଗର କର୍ମଚାରୀ ପକ୍ଷୀରାଜ ନାଏକ ପ୍ରମୁଖ ଉପସ୍ଥିତ ଥିଲେ । ସାଂସ୍କୃତିକ କଳାକାର ଜୟକର ବାଗ, କଳାକାର କୁମର ବାଗ, ଅବସରକାଳୀନ ଜିପିଇଓ ରାହାସ ବିହାରୀ ମଲ୍ଲିକ ଯୋଗ ଦେଇ ବିଚାରକ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ବ୍ଲକ ସାମାଜିକ ସମୀକ୍ଷକ ସୁଶୀଲ କୁମାର ପୋଡ଼ ସଭା ସଂଯୋଜନା କରିଥିଲେ । ବଙ୍ଗୋମୁଣ୍ଡା ବ୍ଲକର ବିଭିନ୍ନ ପଞ୍ଚାୟତର ୮୧ ଜଣ କଳାକାରଙ୍କ ସାମର୍ଥ୍ୟ ପରୀକ୍ଷା କରାଯାଇଥିଲା । ସଂକୀର୍ତ୍ତନ ଗାୟକ, ଘୁମୁରା, ଗାୟକ, ସଂକୀର୍ତ୍ତନ ବାଦକ, ମୃଦଙ୍ଗ ବାଦକ, ମୁହୁରିଆ, ନାଟ୍ୟ କଳାକାର, ଲୋକ ନୃତ୍ୟୁ କଳାକାର, ସଂଚାର ଗାୟକ, ଲୋକଗୀତ ଗାୟକ, ମଞ୍ଚ କଳାକାର, ସଂଚାର ପାଲା, ବାଦ୍ୟକାରଙ୍କ ବିଭିନ୍ନ କଳାକାରମାନେ ସାମିଲ ହୋଇ ନିଜର କଳା ପ୍ରଦର୍ଶନ କରିଥିଲେ ।

jittmm
Leave A Reply

Your email address will not be published.