ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ପରିଦର୍ଶନ

ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ମନ୍ତ୍ରୀ ରବି ନାଏକ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଆସିବା ସହିତ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିଥିଲେ । ମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ଉପ-ବାଚସ୍ପତି, ଓଡ଼ିଶା ବିଧାନ ସଭା, ଭବାନୀ ଶଙ୍କର ଭୋଇ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ସୁରଞ୍ଜନ ସାହୁ, ସଦର ଉପଜିଲ୍ଲାପାଳ ଶ୍ରୀମତୀ ତେଜସ୍ଵିନୀ ବେହେରା, ପୂର୍ବତନ ବିଧାୟିକା ଶ୍ରୀମତୀ କୁସୁମ ଟେଟେ ଉପସ୍ଥିତ ଥିଲେ । ଏହି ଅବସରରେ ମନ୍ତ୍ରୀ କରମଡିହି ସ୍ଥିତ ସ୍କିଲ୍ ପ୍ରଶିକ୍ଷଣ କେନ୍ଦ୍ର ପରିଦର୍ଶନ କରିବା ସହିତ ପ୍ରଶିକ୍ଷକ, ଛାତ୍ରଛାତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ । ସେହିପରି କରମଡିହି ସ୍ଥିତ ଗ୍ରାମୀଣ ଶିଳ୍ପ ପାର୍କ ପରିଦର୍ଶନ କରିଥିଲେ । ପରିଦର୍ଶନ ସମୟରେ ସିଲେଇ ଓ ପ୍ୟାକେଜିଂ ୟୁନିଟର କାର୍ଯ୍ୟ ନିରୀକ୍ଷଣ କରିବା ସହିତ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କ ସହ ଆଲୋଚନା କରିଥିଲେ । ସେଥିସହିତ ମହୁଆ ପ୍ୟାକେଜିଂ କାର୍ଯ୍ୟକଳାପକୁ ମଧ୍ୟ ସମୀକ୍ଷା କରି ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କୁ ନିଜର ବିକାଶ ପାଇଁ ସତ୍ୟନିଷ୍ଠା ଓ ପରିଶ୍ରମ ସହ କାର୍ଯ୍ୟ କରିବାକୁ ପ୍ରେରଣା ଦେଇଥିଲେ । ଏହି ଗସ୍ତ ସମୟରେ ଓରମାସର ଉପ କାର୍ଯ୍ୟନିର୍ବାହୀ ଅଧିକାରୀ କେଶବ ଝା, ଓଡ଼ିଆ ଜୀବିକା ମିଶନର ଜିଲ୍ଲା ପ୍ରକଳ୍ପ ପରିଚାଳକ ସାମୁଏଲ ଟୋପ୍ପୋ ଏବଂ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.