ସମ୍ବଲପୁର ରିଜିଓନାଲ ଡାଇରେକ୍ଟରଙ୍କ ମହିଳା ମହାବିଦ୍ୟାଳୟ ପରିଦର୍ଶନ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆଜି ଅପରାହ୍ନରେ ସୋନପୁର ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟକୁ ସମ୍ବଲପୁର ରିଜିଓନାଲ ଡାଇରେକ୍ଟର ଡ. ମୁରଲୀଧର ମାଝୀ ପରିଦର୍ଶନରେ ଆସି ଫେରିଯାଇଛନ୍ତି । ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଓ ସମସ୍ତ ଅଧ୍ୟାପକ ତଥା କର୍ମଚାରୀ ମାନଙ୍କୁ ନେଇ ଏକ ସଭା ଅନୁଷ୍ଠିତ ହୋଇଥିଲା । ଡ. ମାଝୀ ସଭାରେ ଉପସ୍ଥିତ ସମସ୍ତଙ୍କୁ ମହାବିଦ୍ୟାଳୟରେ ଛାତ୍ରୀମାନଙ୍କ ସୃଜନଶୀଳତାର ବିକାଶ ପାଇଁ କଲେଜ ମେଗାଜିନ ତଥା ପ୍ରାଚୀର ପତ୍ରିକା ପ୍ରକାଶ କରିବା ପାଇଁ ପରାମର୍ଶ ଦେଇଥିଲେ । ମହାବିଦ୍ୟାଳୟର ବିଜ୍ଞାନାଗାର ଏବଂ ଗ୍ରନ୍ଥାଗାର ପରିଦର୍ଶନ କରି ଉତ୍ତମ ଲାଇବ୍ରେରୀ ପାଇଁ ଅଧିକ ପୁସ୍ତକ ତଥା ବିଦେଶୀ ଲେଖକ ମାନଙ୍କ ପୁସ୍ତକ ରଖିବା ପାଇଁ ପରାମର୍ଶ କରିଥିଲେ । ଆର୍ଥିକ ସ୍ଥିତି ଯଥା କେଶ ବହି, ପାସ୍ ବହି ତଥା ଡିସିଆର ସବୁ ଯାଞ୍ଚ କରିଥିଲେ । ଏତଦ ବ୍ୟତୀତ ଛାତ୍ରୀମାନଙ୍କ ଉପସ୍ଥାନ ସହିତ ଅଧ୍ୟାପକ ଓ କର୍ମଚାରୀଙ୍କ ବାୟୋମେଟ୍ରିକ ଉପସ୍ଥାନ ଯାଞ୍ଚ କରିଥିଲେ । ଏକ ଆଦର୍ଶ ଶିକ୍ଷକ ନିସ୍ଵାର୍ଥପର ଭାବରେ ଶିକ୍ଷାଦେବା ଉପରେ ଓ ଏକ ଦରଦୀ ସେବକ ଭାବରେ ଛାତ୍ରୀ ମାନଙ୍କ ସେବା କରିବା ପାଇଁ ସମସ୍ତଙ୍କୁ ଉପଦେଶ ଦେଇଥିଲେ । ଶେଷରେ ମହାବିଦ୍ୟାଳୟ ଅଧ୍ୟାପକଙ୍କ ତରଫରୁ ଡ. ମାଝୀଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା ।

Leave A Reply

Your email address will not be published.