ସଇଁନ୍ତଲା ଡାକ୍ତରଖାନାକୁ କାୟାକଳ୍ପ ଟିମ୍‌ର ପରିଦର୍ଶନ : ପରିଦର୍ଶନ ବେଳେ ଚକାଚକ୍‌, ଗଲା ପରେ ସବୁ ଫାଙ୍କା : ମାନିଲେନି ସରକାରୀ ବାବୁ, କରୋନା କଟକଣା ଫୁ…

ସଇଁନ୍ତଲା, (ଅଜିତ କୁମାର ସାହୁ) : କରୋନା ନେଇ ଏବେ ଭିନ୍ନ ଭିନ୍ନ ମହଲରେ ବିଭିନ୍‌ନ୍ନ ଆଲୋଚନା ଚାଲିଛି । କିଏ କହୁଛି ଶୀତରେ କରୋନା ଫେରିବାର ସମ୍ଭାବନା ଅଧିକ ତ’ ଆଉ କିଏ କହୁଛି କରୋନାର କାଟ୍‌ତି ଏବେ ବି ବାକି ଅଛି । ଅନ୍ୟପଟେ ଧୀରେ ଧୀରେ ସ୍ୱାଭାବିକ ହେବାରେ ଲାଗିଛି ସବୁକିଛି । କିନ୍ତୁ କରୋନା କଟକଣା ସମ୍ପୂର୍ଣ୍ଣ କୋହଳ କରା ଯାଇନାହିଁ । ସାମାଜିକ ଦୂରତା ସହ ମାସ୍କ ପିନ୍ଧିବା ନିୟମ ବଦଳି ନାହିଁ । କିନ୍ତୁ ବଲାଙ୍ଗିର ଜିଲ୍ଲାର ଅନେକ ସ୍ଥାନରେ କରୋନା କଟକଣାକୁ ଅଣଦେଖା କରାଯାଉଛି । ଏପରିକି ସରକାରୀ କର୍ମଚାରୀମାନଙ୍କ କରୋନା କଟକଣା ପ୍ରହସନ ପାଲଟିଛି ।

ତେବେ ବଲାଙ୍ଗିର ଜିଲ୍ଲାରେ ଏବେ ମଧ୍ୟ କରୋନାର ସଂକ୍ରମଣ ଥମିନାହିିଁ । ତେବେ ଗତକାଲି ଅପରାହ୍ନରେ ଭୁବନେଶ୍ୱରରୁ ଏକ ୪ଜଣିଆ କାୟାକଳ୍ପ ଟିମ୍‌ ସଇଁନ୍ତଳା ଡାକ୍ତରଖାନାକୁ ପରିଦର୍ଶନ କରିବା ପାଇଁ ଆସିଥିଲେ । ଉକ୍ତ ଟିମ୍‌ ଡାକ୍ତରଖାନାରେ ଭିତ୍ତିଭୂମି, ପରିମଳ ବ୍ୟବସ୍ଥା ଓ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ଉପରେ ତଦାରଖ କରିଥିଲେ । ଉକ୍ତ ଟିମ୍‌ ଏହି ଡାକ୍ତରଖାନାକୁ ଆସିବା ପୂର୍ବରୁ ସବୁଆଡେ଼ ପରିସରକୁ ଚକାଚକ୍‌ କରାଯାଇଥିଲା । ହେଲେ କାୟାକଳ୍ପ ଟିମ ଫେରିଗଲା ପରେ ସବୁ ଫାଙ୍କା ଫାଙ୍କା ଳାଗୁଛି । ଡାକ୍ତରଖାନା କର୍ତ୍ତୃପକ୍ଷ‌ଙ୍କ ନିଦେ୍‌ର୍ଦ୍ଦଶ ଅନୁସାରେ ଡାକ୍ତରଖାନା ପରିସରକୁ ସଫାସୁତୁରା କରିବା ସହ ପ୍ରତ୍ୟେକ ବେଡ଼ରେ ନୂତନ ବେଡ଼ସିଟ ବିଛା ଯାଇଥିଲା । ହେଲେ ଆଜି ଆମ ପ୍ରତିନିଧି ଦେଖିବା ପାଇଁ ଡାକ୍ତରଖାନାକୁ ଯାଇଥିବା ବେଳେ ଆଗ ଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା । ଡାକ୍ତରଖାନା ପରିସରରେ କୁଢ଼ କୁଢ଼ ଆବର୍ଜନା ପଡି ରହିଥିବା ବେଳେ ରୋଗୀଙ୍କ ବ୍ୟାଡରେ ଗୋଟିଏ ହେଲେ ବେଡ଼ ସିଟ ନଥିବା ଦେଖିବାକୁ ମିଳିଥିଲା । ତେବେ ରୋଗୀମାନେ ନିଜ କନ୍ଥ।ପଟା ପକାଇଥିବା ଦେଖିବାକୁ ମିଳିଥିଲା ।

ତେବେ ଏହି ଡାକ୍ତରଖାନା ଉପରେ ହଜାର ହଜାର ଲୋକମାନେ ଭରସା କରୁଥିବା ବେଳେ ଏଭଳି ଅବ୍ୟବସ୍ଥାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ତେବେ ଗତକାଲି କାୟାକଳ୍ପ ଟିମ୍‌ ଆସି ତଦାରଖ କରି ଫେରୁ ଫେରୁ ଏଭଳି ଅବ୍ୟବସ୍ଥାକୁ ନେଇ ସଇଁନ୍ତଲା ସାମ୍ବାଦିକ ସଂଘ ସଭାପତି ଦେବେନ୍ଦ୍ର ଯୋଶୀ ଏ ଘଟଣା ଦୃଢ଼ ନିନ୍ଦା କରିବା ସହ ଏହି ଡାକ୍ତରଖାନା ଦାୟିତ୍ୱରେ ଥିବା ଡାକ୍ତରଙ୍କ ବିରୁଦ୍ଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନେବା ସହ ତାଙ୍କୁ ତୁରନ୍ତ ବଦଳି କରାଯାଉ ବୋଲି ସଇଁନ୍ତଲା କଂଗ୍ରେସ ସଭାପତି ଗୁଣସାଗର ମାଝୀ ଦାବୀ କରିଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠେ ଯେ, ଲୋକ ଦେଖାଣିଆ ପାଇଁ ଏଭଳି ବ୍ୟବସ୍ଥା କରାଯାଉଥିବା ବେଳେ ଡାକ୍ତର କର୍ତ୍ତୃପକ୍ଷଙ୍କ ଏଭଳି କାର୍ୟ୍ୟକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।

ଏନେଇ ଡ଼ା.ସମରେନ୍ଦ୍ର ମହାପାତ୍ରଙ୍କୁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିବା ବେଳେ କଲ୍‌ ଉଠାଇ ନ ଥିବା ବେଳେ ମତାମତ ମିଳି ପାରି ନ ଥିଲା । ତେବେ ଉକ୍ତ ୪ଜଣିଆ ଭୁବନେଶ୍ୱର କାୟାକଳ୍ପ ଟିମ୍‌ ଆସିଥିବା ବେଳେ ଡାକ୍ତରଖାନାର ସମସ୍ତ କର୍ମଚାରୀ ମାନେ ମିଶି ଫଟୋ ମଧ୍ୟ ହୋଇଥିଲେ । ଉକ୍ତ ଫଟୋରେ ସାମାଜିକ ଦୂରତା ରକ୍ଷା କରାଯାଇ ନଥିବା ଓ ଅନେକ କର୍ମଚାରୀମାନେ ମାସ୍କ ମଧ୍ୟ ବ୍ୟବହାର କରି ନଥିବା ଦେଖିବାକୁ ମଧ୍ୟ ମିଳିଥିଲା । ଏହି ବିଷୟରେ ସଇଁନ୍ତଲା ଡାକ୍ତରଖାନାର ପିଏଚ୍‌ଓ ମୀନା ତ୍ରିପାଠୀଙ୍କୁ ଫୋନ ଯୋଗେ ପଚାରିବାରୁ ମୁଁ କିଛି କହି ପାରିବି ନାହିଁ, ଆମ ସାର୍‌‌ଙ୍କୁ ଏହି ବିଷୟରେ ପଚାରନ୍ତୁ ବୋଲି କହିଥିଲେ ।

Leave A Reply

Your email address will not be published.