oom

ଜଳସମ୍ପଦ ବିଭାଗ ତରଫରୁ ଚାଣ୍ଡାଲ ଡ୍ୟାମ ପରିଦର୍ଶନ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ୍ ଅନ୍ତର୍ଗତ କୁଟାସିଂହା ପଞ୍ଚାୟତର ଡୁଙ୍ଗୁରିପାଲି ଗ୍ରାମ ଠାରେ ଅବସ୍ତିତ ଚାଣ୍ଡାଲ ଡ୍ୟାମ ଏକ ପ୍ରାକୃତିକ, ବଣ ପାହାଡ ଘେରା ସବୁଜିମାରେ ଭରପୂର ଅଛି । ଏହି ଡ୍ୟାମ ସାଲେଭଟା ଠାରୁ ୮ କିଲୋମିଟର ଦୂରରେ ଅଛି । ଏହି ଡ୍ୟାମର ଉନ୍ନତିକରଣ ଓ ଏହାକୁ ଇକୋଟୁରିଜିମରେ ପରିଣତ କରିବା ପାଇଁ ବହୁଦିନରୁ ଅଞ୍ଚଳବାସୀ ଦାବି କରିଆସୁଥିଲେ । ଏବେ ଜିଲ୍ଲା ପ୍ରଶାସନ ଓ ଜଳ ସମ୍ପଦ ବିଭାଗ ତରଫରୁ ଏହି ଡ୍ୟାମର ଉନ୍ନତିକରଣ ଓ ଇକୋଟୁରିଜିମ୍‌ରେ ପରିଣତ କରିବା ପାଇଁ ବିଭାଗୀୟ ଅଧିକାରୀ ଏସ.ଡି.ଓ, ଜଳ ସମ୍ପଦ ବିଭାଗର କିରଣବାଲା ଭୋଇ, କନିଷ୍ଠ ଯନ୍ତ୍ରୀ ପ୍ରଦ୍ୟୁମ୍ନ ମେହେର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ମହାପାତ୍ର କୁଲଦୀପ ମହାନ୍ତି, ରାଜସ୍ୱ ନିରୀକ୍ଷକ ମନୋଜ ଗହୀର, ଲୋଇସିଂହା ବିଧାୟକ, ମନ୍ତ୍ରୀଙ୍କ ବ୍ଲକ ପ୍ରତିନିଧି ପିତାମ୍ବର କଣ୍ଟା, ସରପଞ୍ଚ ଡିଗ୍ରୀ ମେହେର, ପଞ୍ଚାୟତ ପ୍ରତିନିଧି, କୁଟାସିଂହା, କଣ୍ଟାପାଲି, ତେନ୍ତୁଲିଗାଁ, ଡୁଙ୍ଗୁରିପାଲି, ସେମେଲମୁଣ୍ଡା ଗ୍ରାମର ଗ୍ରାମବାସୀ ବୃନ୍ଦ ଉପସ୍ଥିତ ଥିଲେ । ଏହି ଡ୍ୟାମ ହେଲେ ଏହି ପଞ୍ଚାୟତର ୫ ଖଣ୍ଡ ଗ୍ରାମର ହଜାର ହଜାର ଚାଷୀ ଉପକୃତ ହେବେ । ଏଠାରେ ସୂଚନା ଯୋଗ୍ୟ ଯେ, ଏହି ଡ୍ୟାମର ଉନ୍ନତିକରଣ ପାଇଁ ପ୍ରମୋଦ ବଗର୍ତ୍ତି ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ଏହି କାମକୁ ଆଗକୁ ନେବା ପାଇଁ ବିଭାଗୀୟ ଅଧିକାରୀମାନେ ପରିଦର୍ଶନ କରିଥିଲେ । ଏହି ଅବସରରେ ପୂର୍ବତନ ସମିତି ସଭ୍ୟ ଅଧିକାରୀ ପାତ୍ର, ସମାଜସେବୀ ମହେନ୍ଦ୍ର ମହାକୁର, ନିରନ୍ ଦେହେରି ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.