jayashree

ଆଜି ବନ୍ୟାଞ୍ଚଳ ପରଦର୍ଶନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବନ୍ୟାଞ୍ଚଳ ପରଦର୍ଶନ କରିବେ ବୋଲି ସୂଚନା ମିଳିଛି । ଅପରାହ୍ନ ସାଢେ ୩ଟାରେ ବନ୍ୟାରେ ପ୍ରଭାବିତ ହୋଇଥିବା ଜିଲ୍ଲା ଗୁଡ଼ିକୁ ଆକାଶ ମାର୍ଗରୁ ମୁଖ୍ୟମନ୍ତ୍ରୀ ଅନୁଧ୍ୟାନ କରିବେ । ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳକୁ ଆକାଶ ମାର୍ଗରୁ ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ସହିତ ୫-ଟି ସଚିବ ଭି.କେ ପାଣ୍ଡିଆନ ମଧ୍ୟ ବନ୍ୟାଞ୍ଚଳ ବୁଲି ଦେଖିବେ ।

ଗତ କିଛି ଦିନର ଲଗାଣ ବର୍ଷା ପରେ ନଦୀରେ ପାଣି ବଢ଼ିବାରୁ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବିଶେଷକରି ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଭଦ୍ରକ ଓ କେନ୍ଦ୍ରାପଡ଼ା ପରି ଜିଲ୍ଲାର ତଳିଆ ଅଞ୍ଚଳ ବିଶେଷ ପ୍ରଭାବିତ ହୋଇଛି । ଲୋକ ମାନେ ଗତ ୨ରୁ ୩ଦିନ ହେବ ବନ୍ୟାପାଣିରେ ଫଶି ରହିଛନ୍ତି । କିଛି ସ୍ଥାନ ଏବେ ବି ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି । ହେଲେ ସବୁଠାରୁ ଆଶ୍ବସ୍ତି କର କଥା ହେଉଛି ରାଜ୍ୟର ପ୍ରାୟ ସମସ୍ତ ନଦୀରେ ଆଜି ଜଳସ୍ତର କମିଛି ।

Leave A Reply

Your email address will not be published.