oom

ଜଳଶକ୍ତି ମନ୍ତ୍ରଣାଳୟର ସ୍ୱତନ୍ତ୍ର ସଚିବଙ୍କ ବିଭିନ୍ନ ଅଞ୍ଚଳ ପରିଦର୍ଶନ

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଭାରତ ସରକାରଙ୍କ ଜଳଶକ୍ତି ମନ୍ତ୍ରଣାଳୟର ସ୍ୱତନ୍ତ୍ର ସଚିବ ଅରୁଣ ବାରୋକା ଗତ ଗୁରୁବାରଠାରୁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ପାନୀୟ ଜଳ ଓ ପରିମଳ ନେଇ ତଦାରଖ କରୁଛନ୍ତି । ଶୁକ୍ରବାର ଗଞ୍ଜାମ ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିବା ସହ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ପାଳିବନ୍ଧ ପଞ୍ଚାୟତର ବଟେଶ୍ୱର ଶୈବପୀଠ ପରିଦର୍ଶନ କରିବା ସହ ସେଠାରେ ରହିଥିବା ଗ୍ରାମୀଣପାର୍କ ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଦେଖିଛନ୍ତି । ସେହିପରି ସୁବଳୟା ପଞ୍ଚାୟତର ଶତ୍ରୁସୋଲ ଗ୍ରାମରେ ମିଶନ ଶକ୍ତି ମହିଳା ମାନଙ୍କ ନିମନ୍ତେ ନିର୍ମାଣାଧିନ ହେଚେରୀ ବୁଲି ଦେଖି ଉଭୟ ଉନ୍ନୟନ କାର୍ଯ୍ୟ ପାଇଁ ବିଭିନ୍ନ ଯୋଜନାର ସମିଶ୍ରଣରେ ହୋଇଥିବା ବିଭିନ୍ନ ପ୍ରକଳ୍ପରେ ପ୍ରଭାବିତ ହେବା ସହ ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ କାର୍ଯ୍ୟଶୈଳୀକୁ ଉଚ୍ଚ ପ୍ରଶଂସା କରିଥିଲେ । ବାହ୍ୟ ମଳମୁକ୍ତ ଅଞ୍ଚଳର ପାରାମିଟର ଅନୁଧ୍ୟାନ କରିଥିଲେ ।

ଓଡିଶା ସରକାର ଜଳଶକ୍ତି ଅତିରିକ୍ତ ସଚିବ ସୁବାଷ ଚନ୍ଦ୍ର ଦାଶ, ବିଡ଼ିଓ ବିଶ୍ୱଜିତ ରାଓ, ଜିଲ୍ଲା ପରାମର୍ଶଦାତା ରଞ୍ଜିତ କୁମାର ପରିଡା, ଗ୍ରାମ୍ୟ ଜଳ ଯୋଗାଣ ସହକାରୀ ଯନ୍ତ୍ରୀ ଶରତ ଚନ୍ଦ୍ର ସାହୁ, ବିପିଏମ୍ ଜଳନ୍ଧର ମହାରଣା ପ୍ରମୁଖଙ୍କ ସହ ମିଶନ ଶକ୍ତିର ମହିଳାମାନେ ଉପସ୍ଥିତ ରହିଥିଲେ ।

jittmm
Leave A Reply

Your email address will not be published.