ବରଗଡ଼ ଜିଲ୍ଲାପାଳଙ୍କ ଆଶ୍ରମ ସ୍କୁଲ୍ ପରିଦର୍ଶନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବରଡୋଲ ସିମେଣ୍ଟ ନଗର ନିକଟସ୍ଥ ଆଶ୍ରମ ସ୍କୁଲ୍ ଏବଂ ଭଟଲି ବ୍ଲକ ଅନ୍ତର୍ଗତ ଗୋପାଳପୁର ଗ୍ରାମର ଆଶ୍ରମ ସ୍କୁଲ୍‌କୁ ଜିଲ୍ଲାପାଳ ମୋନୀଷା ବାନାର୍ଜୀ ପରିଦର୍ଶନ କରିଥିଲେ । ସେଠାରେ ରୋଷେଇ ଘରର ସ୍ବାସ୍ଥ୍ୟକର ପରିବେଶର ଯାଞ୍ଚ୍ କରିବା ସହ ଖାଦ୍ୟର ମାନ ପରଖି ଥିଲେ । ସେହିପରି ଅନ୍ତେବାସୀ ଛାତ୍ରୀମାନଙ୍କ ସହ ତାଙ୍କ ସୁବିଧା ଅସୁବିଧା ବିଷୟରେ ପଚାରିଥିଲେ । ଜିଲ୍ଲାପାଳଙ୍କ ଅଚାନକ ପରିଦର୍ଶନ ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି ।

Leave A Reply

Your email address will not be published.