ଡାକୋଟା ବିମାନ ପରିଦର୍ଶନ କଲେ ଇଣ୍ଡୋନେସିଆ ଏବଂ ଭୁଟାନ୍‌ର ରାଷ୍ଟ୍ରଦୂତ ଇନା ଏଚ୍ କ୍ରିଷ୍ଣାମୂର୍ତ୍ତି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭାରତରେ ଅବସ୍ଥାପିତ ଇଣ୍ଡୋନେସିଆ ଏବଂ ଭୁଟାନ୍‌ର ରାଷ୍ଟ୍ରଦୂତ ଇନା ଏଚ୍ କ୍ରିଷ୍ଣାମୂର୍ତ୍ତି ଗତକାଲି ଭୁବନେଶ୍ଵର ବିମାନ ବନ୍ଦରରେ ରଖାଯାଇଥିବା ଡାକୋଟା ବିମାନ ପରିଦର୍ଶନ କରିଛନ୍ତି । ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏବଂ CTOdisha ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢୀ ରାଷ୍ଟ୍ରଦୂତଙ୍କୁ ସ୍ୱାଗତ କରିଥିଲେ । ଡାକୋଟା ବିମାନ ଦେଖି ଭାବ ବିହ୍ବଳ ହୋଇ ଶ୍ରୀମତୀ କ୍ରିଷ୍ଣାମୂର୍ତ୍ତି କହିଥିଲେ ଏହି ବିମାନ ପ୍ରତ୍ୟେକ ଇଣ୍ଡୋନେସିଆବାସୀଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ଏବଂ ପ୍ରତ୍ୟେକ ଇଣ୍ଡୋନେସିଆବାସୀଙ୍କ ସହ ଭାବଗତ ସମ୍ପର୍କ ରହିଛି ବୋଲି ସେ କହିଥିଲେ । ଡାକୋଟା ବିମାନ ଉପରେ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.