ଭୁବନେଶ୍ୱର, (କେପିଏନ୍ଏସ୍) : ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ ୱର୍ଲ୍ଡ ସ୍ଖିଲ୍ ସେଣ୍ଟର ପରିଦର୍ଶନ କରି ଏହାର ପରିଚାଳନା ଓ ଅଗ୍ରଗତି ସମୀକ୍ଷା କରିଛନ୍ତି । ନିଯୁକ୍ତି ନିମନ୍ତେ ଏହି କେନ୍ଦ୍ରରେ ଅତ୍ୟାଧୁନିକ କୌଶଳ ତାଲିମ ଦିଆ ଯାଉଛି । ଆଗାମୀ ଦିନରେ ଏହା ଏକ ବିଶ୍ୱସ୍ତରୀୟ ବ୍ରାଣ୍ଡ୍ ଭାବେ ଉଭା ହେବ ବୋଲି ଶ୍ରୀ ପାଣ୍ଡିଆନ କହିଛନ୍ତି । ଏନେଇ ରାଜ୍ୟ ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।