ସାଲେଭଟା, (କେପିଏନ୍ଏସ୍) : ସାଲେଭଟା ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟର କମିଟିର ସଦସ୍ୟଙ୍କୁ ସମ୍ବର୍ଦ୍ଧନା କରାଯାଇଛି । ୨୦୧୭ରୁ କାର୍ଯ୍ୟକାରୀ ହୋଇଥିବା କମିଟିର କାର୍ଯ୍ୟକାଳ ଏ ବର୍ଷ ଅକ୍ଟୋବରରେ ଶେଷ ହୋଇଯାଇଛି । କମିଟିର ସଦସ୍ୟମାନଙ୍କ ଉଦ୍ୟମରେ ବିଦ୍ୟାଳୟର କଳେବର ସବୁଜ ଓ ସୁନ୍ଦର ହୋଇଛି । ତେଣୁ କମିଟିର ସଦସ୍ୟ ଓ ସଦସ୍ୟାମାନଙ୍କ ଉଦ୍ଦେଶ୍ୟରେ ଏକ ସମ୍ବର୍ଦ୍ଧନା ଉତ୍ସବ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦୁର୍ଯ୍ୟୋଧନ ପଶାୟତ ତଥା ଜୁନିଅର ରେଡକ୍ରସ ପରାମର୍ଶଦାତାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବରେ ଆଗଲପୁର ଏବିଇଓ ପ୍ରଭାତ କୁମାର ପାତ୍ର ଯୋଗଦେଇ ବିଦ୍ୟାଳୟର ବିକାଶରେ କମିଟିର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହିତ ଆଗାମୀ ଦିନରେ ବିଦ୍ୟାଳୟର ବିକାଶ ଦିଗରେ ହେବାକୁ ଥିବା ନୂତନ କମିଟି ତଥା ପିତାମାତାମାନେ କାର୍ଯ୍ୟ କରିବାକୁ ଆହ୍ୱ।।ନ କରିଥିଲେ । କମିଟିର ସମସ୍ତ ସଦସ୍ୟମାନଙ୍କୁ ବିଦ୍ୟାଳୟ ତରଫରୁ ଫୁଲତୋଡା ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସିଆରସିସି ସଦାନନ୍ଦ ଭୁଏ, ସିଆରସିସି ସୁଶାନ୍ତ କୁମାର ନନ୍ଦ, କମିଟି ସଦସ୍ୟ ରୁଦ୍ରକାନ୍ତ ମେହେର, ଅନନ୍ତ ମେହେର, ଦାମୋଦର ମେହେର, କରମସିଂ ମେହେର, ବିନୟା ସାହୁ, ଲିଲୀ ରଣା, ବନିତା ଗୁରୁ, ବିଶ୍ୱଜିତ ସିଂ ବରିହା, ଅଷ୍ଟମୀ ମଟାରି, କୁନ୍ତି ମଟାରି ଏବଂ ଶିକ୍ଷକ ଶିକ୍ଷୟତ୍ରୀ କୁନ୍ତି ପଧାନ, ଅଳକା ପଣ୍ଡା, ଧରିତ୍ରୀ ସାହୁ, ଗୋବିନ୍ଦ ଭୋଇ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ପ୍ରାରମ୍ଭରେ ଶିକ୍ଷିକା କୁନ୍ତି ପଧାନ ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ସୁଶ୍ରୀ ଧରିତ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
Next Post