ଭୁବେନେଶ୍ୱର-କଲିକତା ଅଭିମୁଖେ ବାହାରିଲେ ତିନି ପରିବ୍ରାଜକ : ମନ୍ଦିର ମାଳିନୀ ସୁବର୍ଣ୍ଣପୁର ସହରର ପରିବେଶ ଓ ଆତିଥ୍ୟକୁ ପ୍ରଶଂସା କଲେ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁସ୍ଥ, ସ୍ୱଚ୍ଛତା ଓ ପରିବେଶ ସୁରକ୍ଷା ସଚେତନତାର ମହତ ବାର୍ତ୍ତା ନେଇ ରାୟପୁର ସହରରୁ ଅକ୍ଟୋବର ୭ ତାରିଖରୁ ୩ ଯୁବ ପରିବ୍ରାଜକ ଭାରତ ବର୍ଷର ୨୯ଟି ରାଜ୍ୟକୁ ପଦଯାତ୍ରାରେ ବାହାରି ଗତକାଲି ସୁବର୍ଣ୍ଣପୁରରେ ପହଞ୍ଚିଥିଲେ । ତିନି ପରିବ୍ରାଜକ ଆଜି ସକାଳ ୮ ଘଣ୍ଟାରେ ସୁବର୍ଣ୍ଣପୁରରୁ ଭୁବନେଶ୍ୱର ବାଟ ଦେଇ କଲିକତା ଯାତ୍ରା ଆରମ୍ଭ କରିଛନ୍ତି । ଆଜି ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ପୌର ପ୍ରଶାସନ ସମେତ ସହରର ପ୍ରମୁଖ ସ୍ୱେଛାସେବୀ ସଂଗଠନ ସୋନପୁର ସହରରୁ ତାଙ୍କୁ ଶୁଭ ବିଦାୟ ଦେବା ସହ ଯାତ୍ରାର ଶୁଭକାମନା ଜଣାଇଛନ୍ତି । ସୁବର୍ଣ୍ଣପୁରର ସମଗ୍ର ପରିବେଶ, ଜିଲ୍ଲା ପ୍ରଶାସନ, ମିଡ଼ିଆ ଓ ସ୍ୱେଚ୍ଛାସେବୀ, ବୁଦ୍ଧିଜୀବୀଙ୍କ ବ୍ୟବହାର ଓ ଆତିଥ୍ୟକୁ ଯୁବ ପରିବ୍ରାଜକମାନେ ଭୁୟସୀ ପ୍ରଶଂସା କରି ଏହା ଆମକୁ ଏ ଲମ୍ବା ଯାତ୍ରାରେ ଖୁବ୍‌ ଉତ୍ସାହ ଦେବ ବୋଲି ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.