ନିୟୁ ମର୍ଣ୍ଣିଂ ଫାଉଣ୍ଡେସନର ଦାଣ୍ଡିଆ ନୃତ୍ୟ ପରିବେଷଣ

ରାଉରକେଲା, (ସସ୍ମିତା ପ୍ରଧାନ) : ଝିରପାଣିର ସାମାଜିକ ଅନୁଷ୍ଠାନ ନିୟୁ ମର୍ଣ୍ଣିଂ ଫାଉଣ୍ଡେସନ୍‌ ଓ ଝିରପାଣି ଦୁର୍ଗାପୂଜା କମିଟିର ମିଳିତ ଆନୁକୂଲ୍ୟରେ ଦୁର୍ଗାପୂଜା ପାଳନ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଦାଣ୍ଡିଆ ନୃତ୍ୟ ପରିବେଷଣ କରାଯାଇଥିଲା । ଫାଉଣ୍ଡେସନର ଅଧ୍ୟକ୍ଷା ଗୌରୀ କୁମ୍ଭାର ଓ ସଂପାଦକ ଜ୍ୟୋସ୍ନା ନନ୍ଦଙ୍କ ଆବାହକତ୍ଵ ଓ ଉପଦେଷ୍ଟା ରାହୁଲ ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ସହ ପ୍ରଶଂସା କରିଥିଲେ । ଏହି ଅବସରରେ ଦୁର୍ଗାପୂଜା କମିଟିର ସଭାପତି ମନୋଜ କବି, ସାଧାରଣ ସମ୍ପାଦକ ପିତାମ୍ବର ସିଂ ଓ କୋଷାଧ୍ୟକ୍ଷ ନରେନ୍ଦ୍ର ନାରାୟଣ ପଣ୍ଡା ତଥା ପୂଜା କମିଟିର ଅନ୍ୟାନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ । ଏହି ନୃତ୍ୟକୁ ସ୍ଥାନୀୟ ଅଞ୍ଚଳର ସହସ୍ରାଧିକ ଜନସାଧାରଣ ଉପଭୋଗ କରିଥିଲେ । ସେହିପରି ଏକତା ଫାଉଣ୍ଡେସନ୍‌ ତରଫରୁ ସଭାପତି ପୂର୍ଣ୍ଣିମା ମହାନ୍ତିଙ୍କ ଆବାହକତ୍ଵରେ ଆୟୋଜିତ ଦାଣ୍ଡିଆ ନୃତ୍ୟ କାର୍ଯ୍ୟକ୍ରମରେ ସମାଜସେବୀ ସୁବ୍ରତ ମହାନ୍ତି, ଖଗେଶ୍ୱର ପାତ୍ର, କାର୍ତ୍ତିକ ରାଉତ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟତମ ସାମାଜିକ ଅନୁଷ୍ଠାନ ମାଣିକର ଅଧ୍ୟକ୍ଷା କାମିନୀ ମହନ୍ତ ଓ ପ୍ରତିଷ୍ଠାତା କାର୍ତ୍ତିକ ରାଉତଙ୍କ ଆବାହକତ୍ଵରେ ଆୟୋଜିତ ଦାଣ୍ଡିଆ ନୃତ୍ୟରେ ଗ୍ରେସି ଡାଭିଡ ଓ ଲୀନା ତ୍ରିପାଠୀ ବିଚାରକ ତଥା ଅତିଥି ଭାବେ ଯୋଗ ଦେଇଥିଲେ । ସେହିପରି ଲେଡୀ ଲାୟନ ତରଫରୁ ଅଧ୍ୟକ୍ଷା ବନ୍ଦିତା ମହନ୍ତଙ୍କ ଆବାହକତ୍ଵରେ ଆୟୋଜିତ ଦାଣ୍ଡିଆ ନୃତ୍ୟ ପରିବେଷଣ କାର୍ଯ୍ୟକ୍ରମରେ ସିଆର୍‌ପିଏଫ୍‌ର ବରିଷ୍ଠ କମାଣ୍ଡାଣ୍ଟ ଅଶୋକ ଜାଲୱନିଆ, ସୁମନ ଜାଲୱନିଆ ଓ ଜଗଦୀପ ରାନ୍ଧୱା ପ୍ରମୁଖ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ଏହି ସବୁ କାର୍ଯ୍ୟକ୍ରମରେ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତାମାନେ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.