oom

ୟୁଥ୍‌ ହଷ୍ଟେଲ ଓ ଭାରତୀୟ ସ୍କାଉଟ ଏବଂ ଗାଇଡ୍ ଦ୍ୱାରା ବିଶ୍ୱ ପରିବେଶ ଦିବସ ପାଳନ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ୟୁଥ୍‌ ହଷ୍ଟେଲ ଅଫ୍ ଇଣ୍ଡିଆର ରାଉରକେଲା ଶାଖା ଓ ଭାରତୀୟ ସ୍କାଉଟ୍ ଏବଂ ଗାଇଡ୍‌ର ମିଳିତ ଆନୁକୂଲ୍ୟରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ସ୍କାଉଟ ଏଣ୍ଡ ଗାଇଡ୍ ତଥା ୟୁଥ ହଷ୍ଟେଲର କର୍ମକର୍ତ୍ତା ଗଣ ଏହି ପରିପେକ୍ଷୀରେ ଆମ୍ବାଗାନ ନିକଟସ୍ଥ ଗୋପବନ୍ଧୁ ପ୍ରତିମୂର୍ତ୍ତି ନିକଟରୁ ବିଶ୍ୱ ପରିବେଶ ସୁରକ୍ଷା ସଂପର୍କିତ ଏକ ପଦଯାତ୍ରା ଆରମ୍ଭ କରି ସେକ୍ଟର ୨ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ନିକଟରେ ପହଞ୍ଚିଥିଲେ । ସଚେତନତା ପଦଯାତ୍ରା ସମୟରେ ପରିବେଶ ସଂପର୍କିତ ସ୍ଲୋଗାନ ସହ ପ୍ଲାଇକାର୍ଡ ପଦର୍ଶନ କରାଯାଇଥିଲା । ୟୁଥ୍‌ ହଷ୍ଟେଲ ପରିବେଶ କମିଟିର ଅଧ୍ୟକ୍ଷ ଡଃ ଶକ୍ତି ପ୍ରସାଦ ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକ ମୁଖ୍ୟଅତିଥି ଓ ସମ୍ମାନିତ ଅତିଥି ଭାବେ ବୁଦ୍ଧଦେବ ବସୁ ତଥା ସ୍କାଉଟ୍ ଏବଂ ଗାଇଡ୍‌ର ଜିଲ୍ଲା ସଂପାଦକ ସନ୍ତୋଷ କୁମାର ନାୟକ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ, ବୃକ୍ଷ ରୋପଣ, ଜଳ ସଂରକ୍ଷଣ ସହ ସ୍ୱଚ୍ଛ ପରିବେଶ ହିଁ ମାନବ ସମାଜର ଲକ୍ଷ୍ୟ ହୋଇଥିବା ବେଳେ ଏଥିପାଇଁ ସଚେତନତାର ଆବଶ୍ୟକତା ରହିଛି । ମୁଖ୍ୟଅତିଥି ଶ୍ରୀ ନାୟକ ଏଥିପାଇଁ ଉଭୟ ଅନୁଷ୍ଠାନର ପରିବେଶ ପ୍ରତିବଦ୍ଧତାକୁ ସାଧୁବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ନିରଞ୍ଜନ ସାମଲ, ପଙ୍କଜ ପାଢୀ, ସଞ୍ଜୟ ଦାସ, ପିପିପି କେ ପାତ୍ର, ଶାନ୍ତି ଦାଶ, ପି ସି ମିଶ୍ର, ସଲିଲ ସାହୁ, କାପ୍ରା ହାସଂଦା, ଲୁସି ଦାଶ, ମୀନାକ୍ଷୀ ପାଢୀ, ନିରଞ୍ଜନ ବେହେରା, ଭାସ୍କର ସୁଜି, ସୁରେଶ ମାଝୀ, ସୁଲୋଚନା ମିଶ୍ର, ସଚ୍ଚିଦାନନ୍ଦ ଲେଙ୍କା, କୁମାର ଭାସ୍କର, ଲକ୍ଷ୍ମଣ ମହତୋ, ସମରକାନ୍ତ ମଲ୍ଲିକ, ନିରୋଦ ଦାସ, ଅକ୍ଷୟ ପୁହାଣ, ପ୍ରତାପ ସ୍ବାଇଁ, ଆଶିଷ ବି ହେମ୍ବ୍ରମ, ସନ୍ତ କୋଲା, ବିଶ୍ବନାଥ ପଣ୍ଡା, ଉର୍ମିଲା ଦାସ, ସୁଚିତ୍ରା ପଣ୍ଡା, ନୀଳମଣି ମହାପାତ୍ର, ଦେବାଶିଷ ମହାନ୍ତି, ଅସୀମ କୁମାର ସାଓ ଓ ସ୍କାଉଟ୍ ଏବଂ ଗାଇଡ୍‌ର ସର୍ବଶ୍ରୀ ବ୍ରଜେନ୍ଦ୍ର ଦାଶ, ଶିଶିର କୁମାର ପାଣି, ଶ୍ରୀବତ୍ସ ସାମଲ, ଅରୁଣ କୁମାର ସ୍ବାଇଁ, ସୁଶାନ୍ତ ବିଶ୍ବାଳ, ବିନୋଦ ହରିପାଲ, ରାମଚନ୍ଦ୍ର ମିଶ୍ର, ମୀନତି ମହାନ୍ତି, ହୃଷିକେଶ ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଡଃ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.