centurian jitm

ପରିବେଶ ସୁରକ୍ଷା ପାଇଁ ପଦକ୍ଷେପ ନେଉଛନ୍ତି ରାଜ୍ୟପାଳ : ସେପଟେ ନଷ୍ଟ ହେଉଛି ରାଜଭବନର ସବୁଜିମା

ଭୁବନେଶ୍ୱର : ରାଜଭବନ ପରିସରରୁ ଚାଲିଛି ଗଛ କଟା । ଗୋପବନ୍ଧୁ ଛକ ପଟ ପାଚେରି କଡ଼ରୁ ଅନେକ ଗଛ କଟା ଚାଲିଛି । ଛୋଟ, ବଡ଼ ଗଛ ସବୁକିଛି ବଳି ପଡ଼ୁଛି । କଟର୍‌ ଦ୍ୱାରା ଗଛକୁ ଛୋଟ ଛୋଟ ଖଣ୍ଡ କରି ବୁହାଚାଲିଛି । ଏସ୍କାଭେଟର ଗଛର ଚେର ମୂଳକୁ ତାଡ଼ି ଦେଉଛି । ଗତ କିଛିଦିନ ଧରି ରାଜଭବନର ହରିଣ ପାର୍କକୁ ନିକଟରୁ ଏଭଳି ବେଧଡ଼କ ଗଛ କଟା ଚାଲିଛି । ପାଚେରିକୁ ଲାଗି ଯେଉଁଠି ଘଞ୍ଚ ଜଙ୍ଗଲ ଥିଲା ତାହା ଏବେ ଫାଙ୍କା ପାଲଟିଗଲାଣି । ନିକଟରେ ରାଜଭବନକୁ ସୌର ଶକ୍ତିରେ ଚଲାଇବାକୁ ଯୋଜନା ହୋଇଛି । ପରିବେଶ ଚିନ୍ତାରେ ବିଦ୍ୟୁତ୍‌ ଶକ୍ତି ବଦଳରେ ଅକ୍ଷୟ ଶକ୍ତି ଉପଯୋଗ ପାଇଁ ପଦକ୍ଷେପ ନିଆଯାଉଛି । ପେଟ୍ରୋଲ ବା ଡିଜେଲ ଗାଡ଼ି ବଦଳରେ ଇଭି ଗାଡ଼ି କିଣାଯାଇଛି । ଗୋଟେ ପଟେ ପରିବେଶ ସୁରକ୍ଷା ପାଇଁ ରାଜ୍ୟପାଳ ଏଭଳି ପଦକ୍ଷେପ ନେଇଛନ୍ତି । କିନ୍ତୁ ସେପଟେ ରାଜଭବନ କର୍ମଚାରୀଙ୍କ ଦ୍ୱାରା ଗଛ କଟାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଲାଣି । କେଉଁ କାରଣ ପାଇଁ ସବୁଜିମା ନଷ୍ଟ ହେଉଛି ଓ ଏଥିପାଇଁ ରାଜ୍ୟପାଳଙ୍କ ଅନୁମତି ନିଆଯାଇଛି କି ନା ତାହା ସ୍ପଷ୍ଟ କରାଯାଉ ବୋଲି ପରିବେଶବିତ୍‌ମାନେ ପ୍ରଶ୍ନ କରିଛନ୍ତି । ରାଜଭବନର ଉଦ୍ୟାନ ଦାୟିତ୍ୱରେ ଥିବା ଅଧିକାରୀ କହିଛନ୍ତି, ରାଜଭବନ ଭିତରେ ଥିବା ହରିଣ ପାର୍କ ବାହାରେ ଆଉ ଏକ ପାଚେରି ହେବ । ରାଜଭବନ ଛକରୁ ଗୋପବନ୍ଧୁ ଛକ ଆଡ଼କୁ ଯାଇଥିବା ପାଚେରିକୁ ବି ଆଉ ଥରେ ତିଆରି ହେବ । ଏହାକୁ ଉଚ୍ଚା କରାଯିବ । କୌଣସି ନୂଆ ଗଛ କଟାଯାଇନି । କେବଳ ଶୁଖିଯାଇଥିବା ବଣବୁଦା ସଫା କରାଯାଇଛି ବୋଲି କହିଛନ୍ତି । ଯଦି ଗଛ କଟାଯାଇନି ତେବେ ସେଠାରେ ବଡ଼ ବଡ଼ ଗଣ୍ଡି କୁଆଡୁ ଆସିଲା? ନୂଆ ପାଚେରି ପାଇଁ କାହିଁକି ଗଛ କାଟିବା ଆବଶ୍ୟକ ପଡ଼ିଲା? ଏଭଳି ପ୍ରଶ୍ନର ସେ ଉତ୍ତର ଦେଇ ପାରିନାହାନ୍ତି ।

Leave A Reply

Your email address will not be published.