ଆଗଲପୁର ସାପ୍ତାହିକ ବଜାର ଦିନ ପରିବର୍ତ୍ତନ ହେଲା

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ସାପ୍ତାହିକ ବଜାର ବୁଧବାର ପରିବର୍ତ୍ତେ ରବିବାର ଦିନ ବସିବ । ଆଗଲପୁର ସରପଂଚ ନନ୍ଦିନୀ ମେହେର ପ୍ରକାଶ କରିଛନ୍ତି ଯେ, ଯେଉଁ ସ୍ଥାନରେ ଓ ଯେଉଁ ସମୟରେ ବଜାର ବସୁଥିଲା ସେହି ସ୍ଥାନରେ ପୂର୍ବରୁ ସ୍କୁଲ କଲେଜ ଆଦି ନଥିଲା । କିନ୍ତୁ ବତ୍‌ର୍ତ୍ତମାନ ସେହି ସ୍ଥାନ ନିକଟରେ ସରସ୍ୱତୀ ଶିଶୁ ମନ୍ଦିର, ହାଇସ୍କୁଲ, +୨ କଲେଜ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ପ୍ରାଣୀ ଚିକିତ୍ସା କେନ୍ଦ୍ର, ପଂଚାୟତ କାର୍ଯ୍ୟାଳୟ, ପ୍ରାଥମିକ କୃଷି ସମବାୟ ସମିତି ଓ ଦମକଳ କେନ୍ଦ୍ର ଆଦି ସ୍ଥାପିତ ହୋଇଗଲାଣି । ଫଳରେ ବୁଧବାର ଦିନ ସ୍କୁଲ କଲେଜରେ ପାଠ ପଢାଯିବା ସମୟରେ ବ୍ୟାଘାତ ସୃଷ୍ଟି ହେଉଛି । ତେଣୁ ଏହି ସ୍ଥାନରେ ବୁଧବାର ପରିବର୍ତ୍ତେ ରବିବାର ଦିନ ସାପ୍ତାହିକ ବଜାର ବସିବା ପାଇଁ ଆଗଲପୁର ପଂଚାୟତ କାର୍ଯ୍ୟାଳୟ ନିଷ୍ପତ୍ତି ନେଇଛନ୍ତି । ଉକ୍ତ ବିଷୟରେ ଆଗଲପୁର ବସ୍ତିରେ ଓ ବଜାର ଦିନ ବଜାରରେ ଡିମଡିମି ମାଧ୍ୟମରେ ପ୍ରଚାର କରାଯାଇଛି । ଏଣୁ ଆସନ୍ତା ରବିବାର ଦିନଠାରୁ ଆଗଲପୁର ସାପ୍ତାହିକ ବଜାର ବୁଧବାର ବଦଳରେ ରବିବାର ବସିବ ।

Leave A Reply

Your email address will not be published.