ବଲାଙ୍ଗିର, (କେପିଏନ୍ଏସ୍) : ନିଖୋଜ ଥିଲେ ବୃଦ୍ଧ । ଶେଷରେ ମିଳିଲା ମୃତଦେହ । ତେବେ ବୃଦ୍ଧଙ୍କ ମୃତ୍ୟୁ ସ୍ୱାଭାବିକ ନୁହେଁ, ବରଂ ତାଙ୍କୁ ଅପହରଣ କରି ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଏନେଇ କଂଟାବାଞ୍ଜି ଥାନାରେ ଲିଖିତ ଅଭିଯୋଗ କଲା ପରେ ବି ପୁଲିସ କୌଣସି କାର୍ଯ୍ୟନୁଷ୍ଠାନ ନେଉ ନଥିବା ଅଭିଯୋଗ କରି ବୃଦ୍ଧଙ୍କ ପରିବାର ଲୋକେ ବଲାଙ୍ଗିର ଏସ୍ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସୂଚନା ଅନୁସାରେ କଂଟାବାଞ୍ଜି ଥାନା ରଜାମରା ଗ୍ରାମର ଧୁବଲ ରଣା ନିଖୋଜ ଥିଲେ । ଏନେଇ ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପରବର୍ତ୍ତୀ ସମୟରେ ତାଙ୍କର ମୃତଦେହ ମିଳିଥିଲା । ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାଙ୍କ ଗ୍ରାମର ପରମେଶ ମହାକୁର, ଧୁବଳ ରଣାଙ୍କୁ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । କଂଟାବାଞ୍ଜି ପୁଲିସ ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ନନେବାରୁ ସେମାନେ ଏସ୍ପିଙ୍କ ଦ୍ୱାରସ୍ଥ ହୋଇଥିବା କହିଛନ୍ତି ।