ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ବଣାଇଗଡ ଶାଖା ଦ୍ଵାରା ଦୁର୍ଘଟଣା ଜନିତ ମୃତ୍ୟୁ ପାଇଁ ପାଞ୍ଚ ଲକ୍ଷ ଟଙ୍କା ଲେଖାଏଁ ବୀମା ରାଶି ପ୍ରଦାନ କରାଯାଇଛି । ମୁଖ୍ୟ ଅତିଥି ଭାବେ ବ୍ୟାଙ୍କ୍ ସଭାପତି ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ ଯୋଗଦେଇ ଲ୍ୟାମ୍ପସର ପ୍ରତେକ ରୂଣୀ ଏହାର ଲାଭ ଉଠାଇବା ପାଇଁ କହିଥିଲେ । ସମ୍ମାନିତ ଅତିଥି ଭାବେ ସହ ନିବନ୍ଧକ ବଣାଇ ଅଜୟ ସେଠୀ ଯୋଗଦେଇ ବ୍ୟାଙ୍କ୍ ଓ ଲ୍ୟାମ୍ପସର ଏହି ଜେପିଏ ଯୋଜନା ବଳରେ ମୃତ ରୁଣିଙ୍କ ପରିବାରଙ୍କୁ ସହାୟତା ମିଳୁଥିବା ଉପରେ ଆଲୋକପାତ କରିଥିଲେ । ବ୍ୟାଙ୍କ ପରିଚାଳକ ସିଦ୍ଧାର୍ଥ ଲେଙ୍କା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବଣାଇ ଲ୍ୟାମ୍ପ୍ସ୍ ସଭାପତି ଭାସ୍କର କିସାନ, ରୁଗୁଡ଼ା ଲ୍ୟାମ୍ପାସ ଖଗେଶ୍ୱର କିସାନ୍, ସରସରା ଲ୍ୟାଂପ୍ସ୍ ସଭାପତି ନବୀନ ନାଏକ ଏବଂ ଅଗ୍ରଣୀ ଚାଷୀ ମାନେ ଉପସ୍ଥିତ ଥିଲେ । ମୃତ ଟଙ୍କଧର ସାହୁ ଗ୍ରାମ ବଡଗୋଗୁଆ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବାବେଳେ ତାଙ୍କ ପତ୍ନୀ ମିନା ସାହୁ , ସନ୍ତୋଷ କୁମାର କିଷାନ ସ ବଲାଙ୍ଗଙ୍କ ସୋଲାର କରେଣ୍ଟରେ ମୃତ୍ୟୁ ହୋଇଥିବାବେଳେ ତାଙ୍କ ପତ୍ନୀ ସଂଜୁଲତା କିଶାନ, ରୁଗୁଡା ଗ୍ରାମର ରାଜେଶ କୁମାର ପ୍ରଧାନଙ୍କ ଗାଁ ପୋଖରୀରେ ବୁଡିଯିବା ଦ୍ଵାରା ମୃତ୍ୟୁ ହୋଇଥିବାବେଳେ ତାଙ୍କ ପତ୍ନୀ ସରିତା ସାହୁ ଙ୍କୁ ଯଥାକ୍ରମେ ୫ ଲକ୍ଷ ଟଙ୍କା ଲେଖାଁଏ ବୀମା ରାଶି ବୀମା କମ୍ପାନୀ ଇଫକୋ ଟୋକିଓଙ୍କ ଦ୍ଵାରା ବ୍ୟାଙ୍କ୍ ମାଧ୍ୟମରେ ପ୍ରଦାନ କରାଯାଇଛି ବୋଲି ସୂଚନା ମିଳିଛି ।
