ତରଭା ବ୍ଲକସ୍ତରୀୟ ପରାମର୍ଶ ଶିବିର : ୧୯୭ ଜଣ ଯୁବକ ଯୁବତୀଙ୍କୁ ପରାମର୍ଶ ଦେଲେ ତାଲିମ ପ୍ରଦାନକାରୀ ସଂସ୍ଥା

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜିଲ୍ଲା ପ୍ରସାଶନ ଓ ଜିଲ୍ଲା ଦକ୍ଷତା ବିକାଶ-ତଥା-ନିୟୋଜନ କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ସୁବର୍ଣ୍ଣପୁର ଜିଲ୍ଲାର ତରଭା ବ୍ଲକ ପରିସରରେ ଜିଲ୍ଲା ଦକ୍ଷତା ବିକାଶ-ତଥା-ନିୟୋଜନ ଅଧିକାରୀ ଶ୍ରୀମତୀ ସଞ୍ଜୁ କୁମାରୀ ସାହୁଙ୍କ ଅଧ୍ୟକ୍ଷତାରେ ଯୁବକ ଓ ଯୁବତୀ ମାନଙ୍କୁ ସ୍ୱାବଲମ୍ବୀ କରିବା ନିମନ୍ତେ ତରଭା ବ୍ଲକ ସ୍ତରୀୟ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ତରଭା ବ୍ଲକ ଅଧ୍ୟକ୍ଷ ସରୋଜ କମ୍ପ ମୁଖ୍ୟ ଅତିଥ୍ ଭାବରେ ଯୋଗଦେଇଥିବା ବେଳେ ସାଂସଦ( ଲୋକସଭା) ବଲାଙ୍ଗିରଙ୍କ ବ୍ଲକ ପ୍ରତିନିଧି ନରେଶ ଷାଣ୍ଢ ଯୋଗଦାନ କରି ଯୁବକଯୁବତୀଙ୍କୁ ଏହାର ଉଚିତ ସୁଯୋଗ ନେବା ସହ ସ୍ୱାବଲମ୍ବୀ ହେବାକୁ ପରାମର୍ଶ ଦେଇଥିଲେ । କନିଷ୍ଠ ନିୟୋଜନ ଅଧିକାରୀ ସନ୍ତୋଷ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଶିବିରରେ ସେଫଏଜୁକେଟ ଲର୍ନିଙ୍ଗ ପ୍ରା. ଲିମିଟେଡ଼, ଆବି ୱେଷ୍ଟ ସର୍ଭିସେସ ଲିମିଟେଡ଼ ବ୍ଲାକ ପାନ୍ଥର, ଏନ୍‌ସିଏଟି ସ୍କିଲ ଇଣ୍ଡିଆ, ଏସ୍‌ଆଇଏଚ୍‌ଏମ୍‌ ବଲାଙ୍ଗିର, ଏସ୍‌ବିଆର୍‌ଏସ୍‌ଇଟିଆଇ, ସରକାରୀ ଆଇଟିଆଇ ଏବଂ ସରକାରୀ ପୋଲିଟେକନିକ ସୁବର୍ଣ୍ଣପୁର, ସାହି ଏକ୍ସପୋର୍ଟ ପ୍ରା. ଲିମିଟେଡ଼, ଗୋକୁଳ ଦାସ ଏକ୍ସପୋର୍ଟ ଲିମିଟେଡ଼ ପ୍ରଭୃତି ବିଭିନ୍ନ ତାଲିମ ପ୍ରଦାନକାରୀ ସଂସ୍ଥା ଯୋଗଦାନ କରି ଶିବିରରେ ଯୁବକଯୁବତୀଙ୍କୁ ପରାମର୍ଶ ପ୍ରଦାନ କରିଥିଲେ । ଏହି ଶିବିରରେ ତରଭା ବ୍ଲକ ଅଂଚଳର ୧୯୭ ଜଣ ଯୁବକ ଓ ଯୁବତୀ ଅଂଶଗ୍ରହଣ କରି ଉପସ୍ଥିତ ତାଲିମ ପ୍ରଦାନକାରୀ ସଂସ୍ଥାଙ୍କ ଠାରୁ ଆବଶ୍ୟକ ପରାମର୍ଶ ନେଇଥିଲେ ।

Leave A Reply

Your email address will not be published.