ଧର୍ମ ପରାୟଣା ଶତାୟୁ ମହିଳାଙ୍କ ପରଲୋକ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ସହରର ଜଣେ ଜଣା ଶୁଣା ବ୍ୟବସାୟୀ ସ୍ୱର୍ଗତ ଲଖିରାମ ଅଗ୍ରୱାଲ (କଡକ) ଙ୍କ ଧର୍ମପତ୍ନୀ ଶତାୟୁ ମହିଳା ମୁଲି ଦେବୀଙ୍କ ୧୦୪ବର୍ଷ ବୟସରେ ନିଜ ଜୟପାଟଣା ସ୍ଥିତ ବାସ ଭବନରେ ପରଲୋକ ହୋଇଯାଇଛି । ଲୋକଙ୍କ ମଧ୍ୟରେ ସ୍ୱାଧୀନତା ସଂଗ୍ରାମର ଗାଥା ଓ ଧର୍ମର କଥା ସବୁବେଲେକହି ଆସୁଥିବା ମୁଲିଦେବିଙ୍କ ବିୟୋଗ ଅଞ୍ଚଳ ପାଇଁ ଏକ ଶୂନ୍ୟତା ଆଣି ଦେଇଥିବା ଆଲୋଚନା ହେଉଛି । ମୃତକଙ୍କ ଅନ୍ତିମ ଦର୍ଶନ ପାଇଁ ଶତାଧିକ ପରିବାର ପରିଜନ ପହଞ୍ଚିଥିବା ବେଳେ ସବାଧାରରେ ମଧ୍ୟ ଅନେକ ଲୋକ ଉପସ୍ଥିତ ରହିଥିଲେ । ତାଙ୍କର ପୋଷ୍ୟ ପୁତ୍ର ପ୍ରଭୁ ଚନ୍ଦ ଅଗ୍ରୱାଲ ମୁଖଗ୍ନି ଦେଇଥିଲେ ।

jittmm
Leave A Reply

Your email address will not be published.