ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଶାନ୍ତିନଗର ନିବାସୀ ଅବସରପ୍ରାପ୍ତ ଷ୍ଟେଟ ବ୍ୟାଙ୍କ କର୍ମଚାରୀ ଜ୍ୟୋତିଷ ରଞ୍ଜନ ବହିଦାରଙ୍କ ମାତ୍ର ୭୧ ବର୍ଷ ବୟସରେ ଗତ ରାତିରେ ପରଲୋକ ହୋଇଯାଇଛି । ସ୍ୱର୍ଗତ ବହିଦାର ଜଣେ ମେଳାପି ତଥା ପରୋପକାରୀ ବ୍ୟକ୍ତି ଥିଲେ । ମୃତ୍ୟୁ ପର୍ଯ୍ୟନ୍ତ ସେ କରଣ ସମାଜର ଚିତ୍ରଗୁପ୍ତ କଲ୍ୟାଣ ସଂଘର କୋଷାଧ୍ୟକ୍ଷ ଦାୟିତ୍ୱ ତୁଲାଇ ଆସିଥିଲେ । ଏଥି ସହିତ ଶାନ୍ତି ନଗରର ବିଭିନ୍ନ ପୂଜା, ନାମଯଜ୍ଞ ତଥା ଅନ୍ୟାନ୍ୟ ସାମାଜିକ କାର୍ଯ୍ୟରେ ନେତୃତ୍ବ ନେଇ ଆସୁଥିଲେ । ଦୁଇ ବର୍ଷ ପୂର୍ବରୁ ତାଙ୍କର ପତ୍ନୀଙ୍କ ପରଲୋକ ହୋଇଯାଇଥିଲା । ତାଙ୍କର ମୃତ୍ୟୁ ସମ୍ବାଦ ପ୍ରଚାର ହେବା ପରେ ଅନେକ ବ୍ୟକ୍ତି ତାଙ୍କ ବାସ ଭବନକୁ ଯାଇ ଶେଷ ଦର୍ଶନ କରିଥିଲେ । ସେ ତାଙ୍କ ପଛରେ ଦୁଇ ଝିଅ, ଦୁଇ ଜ୍ବାଇଁ, ନାତି ନାତୁଣୀଙ୍କ ସମେତ ପରିବାର ବର୍ଗଙ୍କୁ ଛାଡି ଚାଳି ଯାଇଛନ୍ତି । ପଦ୍ମପୁର ସ୍ୱର୍ଗଦ୍ବାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ପୁତୁରା ଶ୍ରୀକାନ୍ତ ବହିଦାର ମୁଖାଗ୍ନି ଦେଇଥିଲେ ।
Next Post