oum

ଆଦର୍ଶ ଶିକ୍ଷକ ଶଶିକାନ୍ତ ମୁନାଙ୍କ ପରଲୋକ

jsm

ପାଟଣାଗଡ଼, (ଗୋରେଖନାଥ ବରିହା) : ଖପ୍ରାଖୋଲ ବ୍ଳକ ବାଘମୁଣ୍ଡ ପଞ୍ଚାୟତ ବାଘମୁଣ୍ଡ ଗ୍ରାମର ଆଦର୍ଶ ଶିକ୍ଷକ ଶଶିକାନ୍ତ ମୁନାଙ୍କ ଆଜି ଘସିଏନ ହସ୍ପିଟାଲରେ ଦେହାନ୍ତ ହୋଇଥିବା ସୁଚନା ମିଳିଛି । ସୁଚନା ଅନୁସାରେ ସ୍ଵର୍ଗତ ଶଶିକାନ୍ତ ମୁନା ଆଜି ସକାଳେ ଘରେ ବେହୋସ୍ ହୋଇ ପଡ଼ି ଯାଇଥଲେ । ତାଙ୍କୁ ପରିବାର ଲୋକେ ତୁରନ୍ତ ଘସିଏନ ଡାକ୍ତରଖାନାରେ ପହଞ୍ଚାଇଥଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ହେଉଥିଲା । ତାଙ୍କ ପଛରେ ସ୍ତ୍ରୀ , ୨ ପୁଅ ରିଙ୍କୁ ,ପିଙ୍କୁ , ବଡ଼ଝିଅ ରିଙ୍କିଙ୍କୁ ଛାଡି ସେ ଚାଲି ଯାଇଛନ୍ତି । ସ୍ବର୍ଗତ ଶ୍ରୀ ମୁନା ଲୁହାସିଂହା କ୍କଷ୍ଟର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଡଙ୍ଗିଆବାହାଲ ସ୍କୁଲରେ ଶିକ୍ଷକତା କରୁଥିଲେ । ଦୀର୍ଘ ଦିନ ହେବ ତାଙ୍କ ଦେହ ଅସୁସ୍ଥ ଥିଲା । ସେ ନିୟମିତ ଔଷଧ ଖାଉଥିଲେ ବୋଲି ପରିବାର ଲୋକେ କହିଛନ୍ତି । ସ୍ବର୍ଗତ ମୁନା ଜଣେ ଆଦର୍ଶ ଶିକ୍ଷକ, ମେଳାପି, ଶାନ୍ତ, ଶିଷ୍ଠ ତଥା ଲୋକପ୍ରିୟ ଥିଲେ । ତାଙ୍କ ଅକାଳ ବିୟୋଗରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମହଲରେ ତଥା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ବାଘମୁଣ୍ଡ ସିଆରସିସି ବନମାଳୀ ସାହୁ ଶ୍ରୀ ମୁନାଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିବା ସହ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।

Leave A Reply

Your email address will not be published.