ବୟୋଜ୍ୟେଷ୍ଠ ବ୍ୟବସାୟୀ ବନମାଳୀ ପୃଷ୍ଟିଙ୍କ ପରଲୋକ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଘୁଷୁରାମୁଣ୍ଡା ଗ୍ରାମର ବୟୋଜ୍ୟେଷ୍ଠ ବ୍ୟବସାୟୀ ବନମାଳୀ ପୃଷ୍ଟି (୮୬)ଙ୍କ ଶୁକ୍ରବାର ରାତିରେ ପରଲୋକ ହୋଇଯାଇଛି । ସେ ଦୀର୍ଘ ଦିନରୁ ଶାରୀରିକ ଅସୁସ୍ଥତା ଯୋଗୁଁ ଶଯ୍ୟାଶାୟୀ ଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ବଡପୁଅ ବରିଷ୍ଠ ବିଜେଡି ନେତା ଦିଲ୍ଲୀପ କୁମାର ପୃଷ୍ଟି, ସାନପୁଅ ବ୍ୟବସାୟୀ ସନ୍ତୋଷ କୁମାର ପୃଷ୍ଟି, ଝିଅ ଝୁନୁବାଳା ପୃଷ୍ଟିଙ୍କ ସହ ଦୁଇ ବୋହୂ, ଜ୍ୱାଇଁ, ନାତିନାତୁଣୀଙ୍କ ସମେତ ସମସ୍ତ ପରିବାର ଓ ଜ୍ଞାତିକୁଟୁମ୍ବ ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ । ପରଲୋକ ଖବର ପାଇ ମୁରିବାହାଲ ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ହଂସରାଜ ଜୈନ, ବରିଷ୍ଠ ବିଜେଡି ନେତା ଗିରିରାଜ୍ ସିଂ ମାଝୀଙ୍କ ସହ ବହୁ ନେତୃସ୍ଥାନୀୟ ବ୍ୟକ୍ତିବିଶେଷ ଓ ଗ୍ରାମବାସୀ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିଲେ । ସେ ଜଣେ ଅମାୟିକ ଓ ଧାର୍ମିକ ସ୍ୱଭାବର ବ୍ୟକ୍ତି ହୋଇଥିବାରୁ ତାଙ୍କ ପରଲୋକରେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ବଡପୁଅ ଦିଲ୍ଲୀପ କୁମାର ପୃଷ୍ଟି ମୁଖାଗ୍ନି ଦେଇଥିଲେ ।

Leave A Reply

Your email address will not be published.