ବିଜେଡି ଜିଲ୍ଲା ସାଧରଣ ସମ୍ପାଦକ ଫିରୋଜ ଖାନଙ୍କ ପରଲୋକ

ତୁରେକେଲା, (ପିତାମ୍ବର ଦୀପ) : କଣ୍ଟାବାଞ୍ଜି ପୂର୍ବତନ ବିଧାୟକ ଅୟୁବ ଖାନଙ୍କ ପୁତ୍ର ଫିରୋଜ ଖାନଙ୍କ ପରଲୋକ ହୋଇଯାଇଛି । ଗତ କିଛି ଦିନ ତଳେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ରାୟପୁରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେଉଥିଲେ । ସୋମବାର ଦିନ ଅପରାହ୍ନରେ ତାଙ୍କ ମୃତ୍ୟୁ ହୋଇଥିବାର ଖବର ଜଣାପଡିଛି । ଆଜି ତାଙ୍କ ମୃତ ଶରୀର ପହଂଚି ଅନ୍ତିମ ସଂସ୍କାର କରାଯିବ । ସେ ବଲାଙ୍ଗିର ଜିଲ୍ଲା ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ନେଇ ଥିଲେ । ତାଙ୍କ ଦେହାନ୍ତ ଖବର ପାଇ ସ୍ଥାନୀୟ ଅଂଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

Leave A Reply

Your email address will not be published.