ଗୋପାଳ ଚନ୍ଦ୍ର ମହାନ୍ତିଙ୍କ ପରଲୋକ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲାର ସାରାବଙ୍ଗ ଗ୍ରାମର ଗୋପାଳ ଚନ୍ଦ୍ର ମହାନ୍ତି ଛତିଶଗଡ଼ ରାଜ୍ୟର ମହାସମୁନ୍ଧର ଆଦିତ୍ୟ ଘରୋଇ ହସ୍ପିଟାଲ୍‌ରେ ‌ପରଲୋକ ହୋଇଯାଇଛି । ସେ ବ୍ରେନ୍ ହେମରେଜ ରୋଗରେ ଚିକିତ୍ସା ହେଉଥିଲେ । ଶ୍ରୀ ମହାନ୍ତିଙ୍କ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ପରଲୋକ ହୋଇଥିବା ସୂଚନା ମିଳିଛି । ମୁତ୍ୟୁ ବେଳକୁ ତାଙ୍କୁୁ ୫୮ବର୍ଷ ହେଉଥିଲା । ତାଙ୍କ ପରଲୋକରେ ତାଙ୍କ ଧର୍ମପତ୍ନୀ ଅନ୍ନପୂର୍ଣ୍ଣା ମହାନ୍ତି, ପୂତ୍ର ଗଗନ ମହାନ୍ତି, ପୁତ୍ର ବଧୂ ହିନା ମହାନ୍ତି ତାଙ୍କ ଦୁଇ ଭାଇ ଯୋଗେନ୍ଦ୍ର ମହାନ୍ତି ଓ ରାଜେନ୍ଦ୍ର ମହାନ୍ତି ସମସ୍ତଙ୍କୁ ଛାଡି ଚାଲିଯାଇଛନ୍ତି । ସେ ଜଣେ ଭଲ ଫୁଟବଲ ଖେଳାଳୀ ଥିଲେ । ସେ ଜଣେ ପରୋପକାରି ଧାର୍ମିକ ଉଚ୍ଚଭିଲାଷୀ ସାହାସୀ ବ୍ୟକ୍ତି ଥିଲେ । ତାଙ୍କ ଅନ୍ତିମ ସଂସ୍କାରରେ ନିଜ ଗ୍ରାମ ସାରାବଙ୍ଗ ଠାରେ ଅନ୍ତିମ ସଂସ୍କାର କରାଯାଇଥିଲା । ତାଙ୍କ ଅନ୍ତିମ ସଂସ୍କାରରେ ଆଖପାଖର ଅଞ୍ଚଳରୁ ଶତାଧିକ ଲୋକେ ସାମିଲ ହୋଇଥିଲେ । ତାଙ୍କ ବଡ ପୁଅ ଗଗନ ମହାନ୍ତି ମୁଖାଗ୍ନି ଦେଇଥିଲେ । ତାଙ୍କ ଦୁଃଖ ଖବର ଶୁଣି ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସ୍ୱର୍ଗତ ଗୋପାଳ ଚନ୍ଦ୍ର ମହାନ୍ତି ପଦ୍ମପୁର ଉପଖଣ୍ଡ ଯୁବ ସାମ୍ବାଦିକ ନିରୋଜ କୁମାର ପାଣୀଙ୍କ ମଉସା ଅଟନ୍ତି ।

Leave A Reply

Your email address will not be published.