ଦେଓଗାଁର ବିଶିଷ୍ଟ ମୃଦଙ୍ଗ ବାଦକ ଅର୍ଜୁନ ମାଝୀଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁର ବରିଷ୍ଠ କଳାକାର ତଥା ମୃଦଙ୍ଗ ବାଦକ ଅର୍ଜୁନ ମାଝି (୭୯) ଓରଫ ବୁଡୁ ମଙ୍ଗଳବାର ଦିନ ୧୨ଟା ସମୟରେ ଦେଓଗାଁ ସ୍ଥିତ ନିଜ ବାସଭବନରେ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ସମୟରେ ତାଙ୍କ ଧର୍ମପତ୍ନୀଙ୍କ ସହ ପରିବାର ବର୍ଗ ଉପସ୍ଥିତ ଥିଲେ । ବୃଦ୍ଧାବସ୍ଥା ଯୋଗୁଁ କିଛି ମାସ ହେଲା ଶଯ୍ୟାଶୟୀ ଥିଲେ । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ କେବଳ କଛାରପାଲି କି ଦେଓଗାଁ ନୁହେଁ ଦେଓଗାଁ ବ୍ଲକରେ ଶୋକର ଛାୟା ଖେଳିଯାଇଛି । ସ୍ବର୍ଗତ ମାଝି କଛାରପାଲି ଶ୍ରୀରାମଲୀଳା ନାଟକର ମୃଦଙ୍ଗ ବାଦକ ଭାବେ ବେଶ୍ ଜଣାଶୁଣା ଥିଲେ । ମଙ୍ଗଳବାର ସଂଧ୍ୟାରେ ସୋନଗଡ ନଦୀରେ ଶେଷକୃତ୍ୟ କରାଯାଇଛି । ବେଲଧର୍ ମାଝି ମୁଖାଗ୍ନି ଦେଇଥିଲେ ।

Leave A Reply

Your email address will not be published.