om academy

ଧର୍ମପରାୟଣା ମହିଳା ବସନ୍ତ କୁମାରୀ ମିଶ୍ରଙ୍କ ପରଲୋକ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଠିକାଦାରପଡା ନିବାସୀ ସ୍ୱର୍ଗତ ହରିହର ମିଶ୍ରଙ୍କ ସ୍ତ୍ରୀ ବସନ୍ତ କୁମାରୀ ମିଶ୍ର (୮୩)ଙ୍କ ରବିବାର ଦିନ ପ୍ରାୟ ୧୨ଟା ସମୟରେ ପରଲୋକ ହୋଇଯାଇଛି । ସ୍ୱର୍ଗତା ମିଶ୍ର ୧୯୪୦ ମସିହାରେ ଜନ୍ମଗ୍ରହଣ କରିଥିଲେ । ଅସୁସ୍ଥତା କାରଣରୁ ସେ ଦୀର୍ଘଦିନ ହେବ ଘରେ ଚିକିତ୍ସାଧୀନ ଅବସ୍ଥାରେ ଥିଲେ । ସେ ଜଣେ ଧର୍ମପରାୟଣା, ମେଳାପୀ ଏବଂ ପରୋପକାରୀ ମହିଳା ଭାବେ ପରିଚିତ ଥିଲେ । ତାଙ୍କର ତିନି ପୁଅ କ୍ରିକେଟ କୋଚ୍ ସୂର୍ଯ୍ୟ ନାରାୟଣ ମିଶ୍ର, ରାମଚନ୍ଦ୍ର ମିଶ୍ର, ରାଜକୃଷ୍ଣ ମିଶ୍ର, ବୋହୂ ଜୟନ୍ତୀପ୍ରଭା, ସୁନୀତା, ଝିଅ ବୀଣାପାଣି ମିଶ୍ର, ଜ୍ୱାଇଁ ଦେବେନ୍ଦ୍ର ମିଶ୍ର, ନାତିନାତୁଣୀ ଶକ୍ତି, ମୟୁରାକ୍ଷୀ, ଭବସ୍ମିତା, ଶିବାନନ୍ଦ, ଗାୟତ୍ରୀ, ଅରବିନ୍ଦ ଓ ଅନ୍ୟମାନେ ଉପସ୍ଥିତ ଥିଲେ । ବସନ୍ତ କୁମାରୀଙ୍କ ମୃତ୍ୟୁ ଖବର ପାଇବା ପରେ ବହୁ ବୁଦ୍ଧିଜୀବୀ ଏବଂ ପଡାବାସୀ ତାଙ୍କ ବାସଭବନକୁ ଆସି ଶେଷଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସ୍ଥାନୀୟ ବିଭୂତିପଡା ଶ୍ମଶାନରେ ତାଙ୍କ ଦାହ ସଂସ୍କାର ସମ୍ପନ୍ନ ହୋଇଛି । ଜ୍ୟେଷ୍ଠପୁତ୍ର ସୂର୍ଯ୍ୟ ନାରାୟଣ ମିଶ୍ର ମୁଖାଗ୍ନି ଦେଇଛନ୍ତି ।

Leave A Reply

Your email address will not be published.