ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଧିନସ୍ଥ ସିଂହନପୁର ଗ୍ରାମର କପିଳ ପାଣ୍ଡେ(୯୭)ଙ୍କ ବିୟୋଗ ହୋଇଥିବା ଜଣାପଡିଛି । ସେ ଥିଲେ ଜଣେ ଧର୍ମପରାୟଣ ମିଷ୍ଟଭାଷୀ ମଣିଷ ଟିଏ ଏବଂ ରାଜମିସ୍ତ୍ରୀ ଭାବରେ ଅଞ୍ଚଳରେ ବେସ୍ ପରିଚିତ । ତାଙ୍କର ବିୟୋଗରେ ଅଞ୍ଚଳରେ ଶୋକର ଲହରୀ ଖେଳି ଯାଇଛି । ଗ୍ରାମ ନିକଟସ୍ଥ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିଲା । ବନ୍ଧୁ ପରିଜନ ତାଙ୍କର ଶେଷ ଦର୍ଶନ କରିଥିଲେ । ବଡପୁଅ ରଘୁମଣି ମୁଖାଗ୍ନି ଦେଇଥିଲେ । ତାଙ୍କ ପଛରେ ୩ ପୁଅ ଏବଂ ପୁତ୍ର ବଧୂ ଓ ନାତି ନାତିଣୀଙ୍କୁ ଛାଡି ଦେଇ ଯାଇଛନ୍ତି ।