jayashree

ଧର୍ମ ପରାୟଣା ମହିଳାଙ୍କ ପରଲୋକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଗଲପୁର ବ୍ଲକ ଅନ୍ତର୍ଗତ ଭରସୁଜା ଗ୍ରାମର ଧର୍ମ ପରାୟଣା ମହିଳା ରମ୍ଭା ସାହୁଙ୍କ ଗତକାଲି ଚିକିତ୍ସିତ ଅବସ୍ଥାରେ ବୁର୍ଲା ବଡମେଡିକାଲ ଠାରେ ରାତି ୧୦.୩୦ ମିନିଟ୍‌ ସମୟରେ ପରଲୋକ ହୋଇଯାଇଛି । ମୃତ୍ୟୁ ସମୟରେ ତାଙ୍କ ସ୍ୱାମୀ, ଦୁଇ ପୁଅ, ଦୁଇ ବହୁଙ୍କ ସମେତ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ଆଜି ଭରସୁଜା ସ୍ଥିତ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସଂପନ୍ନ କରାଯାଇଥିଲା । ତାଙ୍କ ବଡପୁଅ କେନ୍ଦ୍ରୀୟ ବିଦ୍ୟାଳୟ, ଦେବଗଡର ଅଧ୍ୟକ୍ଷ ଥିବା ସୁଶାନ୍ତ କୁମାର ସାହୁ ମୁଖାଗ୍ନି ଦେଇଥିଲେ । ଏହି ଶବଦାହରେ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମେତ ପରିବାରର ସଦସ୍ୟ ଓ ସମ୍ପର୍କୀୟ ଉପସ୍ଥିତ ଥିଲେ । ତାଙ୍କ ମୃତ୍ୟୁରେ ଭରସୁଜା ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।

Leave A Reply

Your email address will not be published.