ପୂର୍ବ ଅଧ୍ୟାପକ ଅଚ୍ୟୁତ ମେହେରଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହା ଗାଁର ତଥା ସ୍ଥାନୀୟ କଲେଜର ପୂର୍ବତନ ଅଧ୍ୟାପକ ଅଚ୍ୟୁତ ମେହେର(୬୧)ଙ୍କ ଶନିବାର ରାତିରେ ପରଲୋକ ଘଟିଯାଇଛି । ରାତି ପ୍ରାୟ ୮ଟା ସମୟରେ ହୃଦ୍‌ଘାତ ଯୋଗୁଁ ବଲାଙ୍ଗିର ଡ଼ାକ୍ତରଖାନା ପରେ ବରଗଡ଼କୁ ନେବା ସମୟରେ ତାଙ୍କ ଦେହାନ୍ତ ହୋଇଯାଇଥିଲା । ଶେଷ ସମୟରେ ତାଙ୍କ ଧର୍ମପତ୍ନୀଙ୍କ ସହ ତାଙ୍କ ପୁଅ ଲୋକନାଥ, ବୋହୂ ଓ ଝିଅ ରଶ୍ମିତା ଉପସ୍ଥିତ ଥିଲେ । ବନ୍ଧୁ, ବାନ୍ଧବ, ଆତ୍ମିୟ ସ୍ୱଜନମାନେ ପହଞ୍ଚି ଶେଷ ଦର୍ଶନ କରିଥିଲେ । ନିକଟସ୍ଥ ସୋନଗଡ ନଦୀରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ପୁଅ ଲୋକନାଥ ମୂଖାଗ୍ନି ଦେଇଥିଲେ । ତାଙ୍କ ପରଲୋକ ପରେ ଜରାସିଂହା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.