ଉଦିତନଗର ଜଗନ୍ନାଥ ମନ୍ଦିରର ମୁଖ୍ୟ ସେବକଙ୍କ ପରଲୋକ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଜଣାଶୁଣା ବ୍ୟକ୍ତିତ୍ୱ ତଥା ଉଦିତନଗର ଜଗନ୍ନାଥ ମନ୍ଦିରର ମୁଖ୍ୟ ସେବକ ବିଶ୍ୱନାଥ ମଲ୍ଲ ଓରଫ ଚୈତନ୍ୟ ବାବୁଙ୍କ ଗତ ଗୁରୁବାର ରାକ୍ଷୀ ପୂର୍ଣ୍ଣିମା ଦିନ ମହାପ୍ରୟାଣ ଘଟିଛି । ସ୍ୱର୍ଗତ ମଲ୍ଲ ଜଗତସିଂହପୁରର ମୂଳ ବାସିନ୍ଦା ହୋଇଥିଲେ ହେଁ ସେ ଇସ୍ପାତ କାରଖାନାରେ କାମ କରୁଥିବା ସମୟରେ ଶ୍ରୀମା ପ୍ରିଣ୍ଟର୍ସ, ମା’ ମେଡିସିନ୍, ମା’ ମୋଟର୍ସ ଓ ଚୈତନ୍ୟ ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ସେ ୬୦ବର୍ଷ ହେବ ଏସଟିଆଇ ନିକଟରେ ରହି ଆସୁଥିବା ବେଳେ ଉଦିତନଗରରେ ଅନୁଷ୍ଠିତ ହେଉଥିବା ରଥଯାତ୍ରା ସମୟରେ ସେ ରାଜା ଭୂମିକାରେ ଅବତୀର୍ଣ୍ଣ ହୋଇ କାର୍ଯ୍ୟ ନିର୍ବାହ କରୁଥିଲେ । ଏକ ଉଚ୍ଚ ସଭ୍ୟ ଏକାର୍ଣ୍ଣବର୍ତ୍ତୀ ପରିବାର ମୁଖ୍ୟ ହିସାବରେ ତଥା ନିଜର ସାମାଜିକ ପ୍ରତିବଦ୍ଧତା ଯୋଗୁଁ ଅନେକ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ ହୋଇଥିଲେ । ଏହା ସହ ନିଜ ଜନ୍ମମାଟିରେ ଏକ ଜଗନ୍ନାଥ ମନ୍ଦିର ନିର୍ମାଣ କରିଛନ୍ତି । ଏହି ଜଗନ୍ନାଥ ପ୍ରେମୀ ସ୍ୱର୍ଗତ ମଲ୍ଲଙ୍କୁ ପୁରୀ ସ୍ୱର୍ଗଦ୍ୱାରଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ତାଙ୍କ ବିୟୋଗରେ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଶୋକ ପ୍ରକାଶ କରିବା ସହ ଶୋକାତୁର ପରିବାରକୁ ସମବେଦନା ଜଣାଇଛନ୍ତି ।

Leave A Reply

Your email address will not be published.