oum

ପୂର୍ବ ୱାର୍ଡ଼ସଭ୍ୟ ଡିଙ୍ଗର ଭୋଇଙ୍କ ପରଲୋକ

jsm

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ କୁତୁର୍ଲା ପଞ୍ଚାୟତ ସାରସବାହାଲ ଗାଁର ପୂର୍ବ ୱାର୍ଡ଼ସଭ୍ୟ ତଥା ଆଦିବାସୀ ନେତା ଡ଼ିଙ୍ଗର ଭୋଇଙ୍କ ଗତକାଲି ରାତିରେ ପରଲୋକ ହୋଇଯାଇଥିବା ଜଣାପଡିଛି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିବାରୁ ପରି‌ବାର ଲୋକେ ତାଙ୍କୁ ବଲାଙ୍ଗିର ସ୍ଥିତ ଭୀମଭୋଇ ମେଡ଼ିକାଲ କଲେଜ ହସ୍‌ପିଟାଲ୍‌ରେ ଚିକିତ୍ସା କରାଉଥିବା ବେଳେ ତାଙ୍କର ୨ ପୁଅ ମୁକେଶ ଓ ଘନଶ୍ୟାମ ଥିଲେ । ସୋନଗଡ଼ ନଦୀରେ ଶେଷକୃତ ହୋଇଛି । ବଡ଼ପୁଅ ମୁକେଶ ମୁଖାଗ୍ନୀ ଦେଇଥିଲେ । ମୃତ୍ୟୁ ଖବର ପ୍ରଚାରିତ ହେବା ପରେ କୁତୁର୍ଲା ପଞ୍ଚାୟତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.