om academy

ବରିଷ୍ଠ ସାମ୍ବାଦିକ ସଂଜୀବ ଯୋଶୀଙ୍କ ପରଲୋକ

jsm

ଭବାନୀପାଟଣା, (ପି.କେ. ସାହୁ) : ବରିଷ୍ଠ ସାମ୍ବାଦିକ ସଂଜୀବ କୁମାର ଯୋଶୀଙ୍କ ଗତକାଲି ପରଲୋକ ହୋଇଯାଇଥିବା ସୂଚନା ମିଳିଛି । ଗତ କିଛିଦିନ ଧରି ସେ ପୀଡ଼ିତ ଥିଲେ ଏବଂ ଚିକିତ୍ସିତ ହେଉଥିଲେ । ଗତକାଲି ହଠାତ ଅସୁସ୍ଥ ହେବାରୁ ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା ତେବେ ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ତାଙ୍କର ପରଲୋକ ଖବର ପ୍ରଚାରିତ ହେବା ପରେ କଳାହାଣ୍ଡି ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି । ସେ ଦୀର୍ଘ ୩୪ ବର୍ଷ ଧରି ସାମ୍ବାଦିକତା କରିଥିଲେ । ଏହା ବ୍ୟତୀତ ସେ ଜାତୀୟ ଯୁବ ପୁରସ୍କାର, ଜିଲ୍ଲା ସାମ୍ବାଦିକ ସଂଘ ଉପ ସଭାପତି, ଜିଲ୍ଲା ସଂସ୍କୃତି ପରିଷଦ ସଦସ୍ୟ ଭାବରେ ଜିଲ୍ଲାରେ ବେଶ ପରିଚିତ ଥିଲେ । ଜଣେ ନିର୍ଭୀକ ସାମ୍ବାଦିକ, ସମାଜ ସେବୀ ଓ ଜଣେ ସମାଜ ସୁଧାରକ ଭାବରେ ସେ ଜିଲ୍ଲାରେ ଅନେକ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି । ତାଙ୍କର ପରଲୋକରେ ସାମ୍ବାଦିକ ମହଲ ସମେତ ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି । ସ୍ୱର୍ଗତ ଯୋଶୀଙ୍କ ପରଲୋକରେ ଜିଲ୍ଲା ସାମ୍ବାଦିକ ସଂଘ, କଳାହାଣ୍ଡି ପେଷାଦାର ସାମ୍ବାଦିକ ସଙ୍ଘର ରଜନୀ ମିଶ୍ର, ମନୋଜ ନାଏକ, ଶୁଶାନ୍ତ ସାମନ୍ତରାୟ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି । ଜିଲ୍ଲାର ବିଶିଷ୍ଟ ବ୍ୟକ୍ତି ବିଶେଷ, ରାଜନେତା ଓ ସାମ୍ବାଦିକମାନେ ତାଙ୍କ ବାସଭବନରେ ପହଞ୍ଚି ତାଙ୍କର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସେ ଜଣେ ମିଷ୍ଟଭାସୀ, ସ୍ନେହୀ ମଣିଷ ତିଲେ । କଳାହାଣ୍ଡି ମାଟିର ଜଣେ ସଂଗ୍ରାମୀ ସାମ୍ବାଦିକଙ୍କୁ ହରାଇ ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.