ମ.ରାମପୁର ବ୍ଲକରେ ୩ଶିକ୍ଷକଙ୍କ ପରଲୋକ

ମ.ରାମପୁର, (ହେମନ୍ତ ସାହୁ) : କରୋନା କାଳରେ ମ.ରାମପୁରରେ ଇତି ମଧ୍ୟରେ ତିନିଜଣ ନିଷ୍ଠାପର, କର୍ତ୍ତବ୍ୟନିଷ୍ଠ ଶିକ୍ଷକଙ୍କ ପରଲୋକ ଘଟିସାରିଛି । ଯାହାକୁ ନେଇ ଶିକ୍ଷକ ମହଲରେ ଗଭୀର ଶୋକପ୍ରକାଶ ପାଇଛି । ମ.ରାମପୁର ବ୍ଲକ ସିଂହପୁର ଗ୍ରାମର ବାସିନ୍ଦା ତଥା ଲାତେର ବିଦ୍ୟାଳୟର ଶିକ୍ଷକ ଶଶୀ ଭୂଷଣ ଧରୁଆଙ୍କ ହୃଦଘାତରେ ପରଲୋକ କୁହାଯାଉଥିଲେ ହେଁ ସେ ଜଣେ ଖୁବ ଲୋକପ୍ରିୟ ତଥା ମେଳାପୀ ଶିକ୍ଷକ ଭାବରେ ଅଂଚଳରେ ବେଶ ପରିଚିତ ଥିଲେ । ତାପରେ ପରେ ସର୍ଗିପଲା ବିଦ୍ୟାଳୟର ଶିକ୍ଷକ ବିରଞ୍ଚି ଭୋଇ ଏବଂ ମାର୍ଦ୍ଦିଂ ସେବାଶ୍ରମର ଯୁବ ଶିକ୍ଷକ ଗୁଣନିଧି ଧରୁଆଙ୍କ କରୋନାରେ ପରଲୋକ ଘଟିିଛି । ଉଭୟ ଯୁବ ଶିକ୍ଷକଙ୍କ ବିୟୋଗରେ ଅଂଚଳବାସୀ ମର୍ମାହତ ରହିଥିବା ବେଳେ ଅନେକ ଶିକ୍ଷକ ବର୍ତ୍ତମାନ ବି କୋଭିଡ଼ ପଜିଟିଭ ଚିହ୍ନଟ ହେଇ ଚିକିତ୍ସାଧୀନ ରହିଛନ୍ତି ।

Leave A Reply

Your email address will not be published.