ପାନୀୟ ଜଳ ସୁବିଧା କରିବା ନିମନ୍ତେ ରାଉତମୁଣ୍ଡା ଗ୍ରାମବାସୀଙ୍କ ଦାବୀ

ତୁରେକେଲା, (କୈଳାଶ ସଗ୍ରିଆ) : ପାନୀୟ ଜଳ ସୁବିଧା କରିବା ନିମନ୍ତେ ରାଉତମୁଣ୍ଡା ଗ୍ରାମବାସୀ ଦାବୀ କରିଛନ୍ତି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଝରଣୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରାଉତମୁଣ୍ଡା ଗାଁର ସପ୍ଲାଏ ପାଣି ଟାଙ୍କି ତିଆରି ଅଧପନ୍ତରିଆ ହୋଇ ପଡିରହିଥିବା ଅଭିଯୋଗ ହୋଇଛି । ଗାଁ ଲୋକେ ବାରମ୍ବାର ସରପଞ୍ଚଙ୍କୁ ଓ ବିଡ଼ିଓଙ୍କୁ ଜଣାଇଥିଲେ ସୁଦ୍ଧା ଏଯାଏଁ ପାଣିର ସୁବିଧା ଯୋଗାଇ ଦିଆଯାଉ ନାହିଁଁ ବୋଲି ଗାଁ ଲୋକେ କହିଛନ୍ତି । ବର୍ତ୍ତମାନ ଏହି ଖରା ଦିନ ସମୟରେ ପାଣି ମୁନ୍ଦେ ମିଳୁନାହିଁଁ ତେଣୁ ଗାଁ ଲୋକଙ୍କୁ ଟ୍ୟାଙ୍କର ପାଣି ଯୋଗାଇ ଦିଆଯାଉ ବୋଲି ଦାବୀ କରିଛନ୍ତି ଗାଁ ଲୋକେ ।

Leave A Reply

Your email address will not be published.