କୁଶନପୁରୀ ଗ୍ରାମ ପଞ୍ଚାୟତଠାରେ ପାଣି ଟାଙ୍କିର କାର୍ଯ୍ୟ ଆରମ୍ଭ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ କୁଶନପୁରୀ ଗ୍ରାମ ପଞ୍ଚାୟତଠାରେ ପାଣି ଟାଙ୍କି ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହୋଇଛି । ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରତି ଗ୍ରାମକୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଇଁ କୁଶନପୁରୀ ଗ୍ରାମରେ ତିନି ଲକ୍ଷ ଲିଟରର ଏକ ପାଣି ଟାଙ୍କିର କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ଅବସରରେ ଉକ୍ତ ଗ୍ରାମରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଯୋଗଦେଇ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିଥିଲେ । ବିଧାୟକ ଶ୍ରୀ ଆଚାର୍ଯ୍ୟ ନିର୍ମାଣ ସ୍ଥଳୀକୁ ବୁଲି ଦେଖିଥିଲେ ।

Leave A Reply

Your email address will not be published.