oom

ମନ୍ତ୍ରୀ ଟୁକୁନିଙ୍କ ଦ୍ଵାରା ୨ଲକ୍ଷ ଲିଟର ପାଣି ପ୍ରକଳ୍ପ ଉଦଘାଟନ

jsmm

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲାବାସୀଙ୍କ ଦୀର୍ଘ ଦିନ ହେଲା ପାଣି ପାଇଁ ଅନେକ ସମସ୍ୟା ଲାଗି ରହିଥିଲା । ତେବେ ଓଡ଼ିଶା ଶିଶୁ ବିକାଶ ମନ୍ତ୍ରୀ ତଥା ଟିଟିଲାଗଡ ବିଧାୟକ ଟୁକୁନି ସାହୁଙ୍କ ପ୍ରଚେଷ୍ଟାରେ ସଇଁନ୍ତଲାବାସୀ ଦେଖିଥିବା ଅଧୁରା ସ୍ୱପ୍ନକୁ ଆଜି ୨ଲକ୍ଷ ଲିଟର ବିଶିଷ୍ଟ ପାଣି ପ୍ରକଳ୍ପକୁ ଉଦଘାଟନ କରିଛନ୍ତି । ଏବେ ପ୍ରତ୍ୟେକ ଲୋକଙ୍କ ଘରେ ଘରେ ପାଣି ପହଞ୍ଚିବା ସହିତ ପାଣି ପାଇଁ ଆଉ ନଦୀ କୂଳ ଭରଷା ପାଲଟିବ ନାହିଁ । ତେବେ ଏହି ପ୍ରକଳ୍ପ ଉଦଘାଟନ କରିଥିବା ବେଳେ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅଞ୍ଚଳବାସୀ ।ଏହି ଉଦଘାଟନ ଉତ୍ସବରେ ସ୍ଥାନୀୟ ବିଡ଼ିଓ ଦେବାଶିଷ ସାମଲ, ବରିଷ୍ଠ ବିଜେଡି ନେତା ସୁରେନ୍ଦ୍ର ସାହୁ, ରଞ୍ଜନ ବେହେରା, ବିକି ଜି. ନାଗ, ଦ୍ରୋପଦୀ ପାତ୍ର, ମନ୍ତ୍ରୀଙ୍କ ପ୍ରତିନିଧି ରାଜ କିଶୋର ଡାଙ୍ଗ, ଚନ୍ଦ୍ର ବଦନ ପୁରୋହିତ, ରାଜେଶ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.