om academy

ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପାଣ୍ଡବଙ୍କ ରାଜ୍‌ : ସଇଁନ୍ତଲା ହାଇସ୍କୁଲରେ ବେଆଇନ ଗଛ କଟା ନେଇ ଚଢ଼ାଉ କଲା ବନ ବିଭାଗ

jsm

ସଇଁନ୍ତଲା, (ଅଜିତ କୁମାର ସାହୁ) : ‘ଗଛ ଲଗାଅ ଦେଶ ବଞ୍ଚାଅ’ ବୋଲି ରାଜ୍ୟ ସରକାର ନାରା ଦେଇ ପ୍ରତ୍ୟେକ ବର୍ଷ ହଜାର ହଜାର ଗଛର ବୃକ୍ଷ ରୋପଣ କରୁଥିବା ବେଳେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବାଳକ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ବିପରୀତ ଦେଖା ଦେଇଛି । ବେଆଇନ ଭାବେ ଗଛ କଟାଯାଇଥିବାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ସୂଚନା ମତେ, ଉକ୍ତ ସ୍କୁଲ ପରିସସରେ ଏକ ପାର୍କ ନିର୍ମାଣ ପାଇଁ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପାଣ୍ଡବ ସାହୁଙ୍କ ପାଣ୍ଠିରୁ ୨୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ହେଲେ ପାର୍କ ନିର୍ମାଣ କାର୍ଯ୍ୟ ପାଇଁ ସ୍କୁର ପରିସରରେ ଥିବା ଗଛ ଗୁଡିକୁ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପାଣ୍ଡବ ସାହୁ ଓ ତାଙ୍କ ସହଯୋଗୀ ପୂର୍ଣ୍ଣ ଚନ୍ଦ୍ର ଦୋରାଙ୍କ ଉପସ୍ଥିତରେ ବେଆଇନ ଗଛ କଟାଯାଉଥିଲା । ତେବେ ଖବର ପାଇବା ପାଇଁ ସଇଁନ୍ତଲା ବନ ବିଭାଗ ରେଞ୍ଜର ରାଜ କିଶୋର ହରପାଲ ଘଟଣାସ୍ଥଳରେ ପହଞ୍ଚି କାଠ ଗୁଡ଼ିକ ଜବତ କରିଥିଲେ । କାଠର ମୂଲ୍ୟ ୨୦ ହଜାର ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି । କିନ୍ତୁ ଶ୍ରୀ ହରପାଳ କହିବା ଅନୁଯାୟୀ, ପ୍ରଥମେ ବନ ବିଭାଗ ଠାରୁ ଅନୁମତି ଆଣିବା ପରେ ଗଛ କାଟିବା କଥା, ହେଲେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପାଣ୍ଡବ ସାହୁଙ୍କ ରାଜନୈତିକ ପ୍ରଭାବ ଯୋଗୁଁ କମିଟିର ବିନା ଅନୁମତିରେ ଗଛ କଟାଯାଇଛି । କିନ୍ତୁ ସ୍କୁଲ ପ୍ରଧାନ ଶିକ୍ଷକ ହେମସାଗର ମାଝୀ ଓ ବନ ବିଭାଗ ଅଧିକାରୀଙ୍କ ମଧ୍ୟ ତୁତୁ ମେମ ହେଉଥିବା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.