
ସୁବର୍ଣ୍ଣପୁର, (କେପିଏନ୍ଏସ୍) : ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ଜିଲ୍ଲା କଂଗ୍ରେସ କମିଟି ସୁବର୍ଣ୍ଣପୁର ତରଫରୁ ଜିଲ୍ଲା ସଭାପତି ଗୌରିଶ୍ୟାମ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଜିଲ୍ଲା ପରିଷଦ ପ୍ରାର୍ଥୀର ଚୂଡାନ୍ତ ତାଲିକା ପ୍ରସ୍ତୁତ କରାଗଲା । ଯାହାକି କିଛି ସମୟର ଅନ୍ତରେ ପ୍ରାର୍ଥୀ ଜିଲ୍ଲା କଂଗ୍ରେସ କମିଟିରୁ ଘୋଷଣା କରିଦିଆଯିବ ଓ ସମସ୍ତ ପ୍ରାର୍ଥୀଙ୍କ ବାଇଓ-ଡାଟା ପ୍ରଦେଶ କଂଗ୍ରେସ କମିଟିର ମୋହର ପାଇଁ ପଠାଯିବ। ସଭା ଚାଲିଥିବା ବେଳେ କଂଗ୍ରେସର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବହୁଜନ ସମାଜବାଦୀ ପାର୍ଟୀର ଏକ ବଳିଷ୍ଠ କାର୍ଯ୍ୟକର୍ତା ପ୍ରକାଶ ହରିପାଲ ଓ କମ୍ୟୁନିଷ୍ଟ ପାର୍ଟୀର ବୁଧରାମ ପଧାନ କଂଗ୍ରେସରେ ମିଶିଲେ ଉକ୍ତ ବ୍ୟକ୍ତିଙ୍କୁ ପୂର୍ବତନ ବିଧାୟକ ବିନୋଦ ପାତ୍ର ଓ କଂଗ୍ରେସର ବରିଷ୍ଟ ଯୁବ ନେତା ଜିତେନ୍ଦ୍ର ପଟ୍ଟନାୟକ ଫୁଳମାଳ ଓ ଗାମୁଛା ପକାଇ ସ୍ୱଗତ କଲେ ।