
ଭୁବନେଶ୍ୱର, (କେପିଏନ୍ଏସ୍) : ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ବାଜିଲା ବିଗୁଲ । ଲାଗୁ ହେଲା ଆଦର୍ଶ ଆଚରଣ ବିଧି । ରାଜ୍ୟରେ ୫ଟି ପର୍ଯ୍ୟାୟରେ ହେବ ନିର୍ବାଚନ । ଫେବୃଆରୀ ୧୬ରୁ ରାଜ୍ୟରେ ଭୋଟିଂ ଆରମ୍ଭ ହେବ । ତେଣୁ ଆଜିଠୁ ରାଜ୍ୟରେ ଆଦର୍ଶ ଆଚରଣ ବିଧ ଲାଗୁ ହୋଇଛି । ରାଜ୍ୟ ନିର୍ବାଚନ କମିଶନ ଆଦର୍ଶ ଆଚରଣ ବିଧି ଲାଗୁ କରିଛନ୍ତି । ରାଜ୍ୟରେ ପଞ୍ଚାୟତ ନିର୍ବାଚନରେ ୨ କୋଟି ୭୯ଲକ୍ଷ ଭୋଟର ଦେବେ ଭୋଟ । କେଉଁ ବ୍ଲକରେ କେବେ ନିର୍ବାଚନ ହେବ ସେ ନେଇ ୱେବସାଇଟରେ ଉପଲବ୍ଧ ହେବ । କରୋନା ପାଇଁ ସଭା ସମିତି, ରାଲି, ପଦଯାତ୍ରା ଉପରେ କଟକଣା ଲଗାଯାଇଛି । ଭର୍ଚୁଆଲ ଓ ଡିଜିଟାଲ ପ୍ଲାଟଫର୍ମରେ ପ୍ରଚାର କରିବେ ପ୍ରାର୍ଥୀ । ତେବେ ଆଦର୍ଶ ଆଚରଣ ବିଧିକୁ ଆଧାର ଅନୁଷ୍ଠିତ ହେବ ନିର୍ବାଚନ । ଆଦର୍ଶ ଆଚରଣ ବିଧି ଉଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ଏହି ଆଚରଣ ବିଧି ଜାରି ରହିବ । ଫେବୃଆରୀ ୧୬ରେ ପ୍ରଥମ ପର୍ୟ୍ୟାୟ ନିର୍ବାଚନ ହେବାକୁ ଥିବାବେଳେ ୧୮ରେ ଦ୍ୱିତୀୟ, ୨୦ରେ ତୃତୀୟ, ୨୨ରେ ଚତୁର୍ଥ ଓ ୨୪ରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ହେବ । ସେହିପରି ୨୬, ୨୭, ୨୮ ତାରିଖରେ ଭୋଟ ଗଣତି ହେବ । ସକାଳ ୭ଟାରୁ ଦିନ ୧ଟାଏ ଯାଏଁ ମତଦାନ କରିପାରିବେ ପ୍ରାର୍ଥୀ । ଅନ୍ୟପକ୍ଷରେ ଯଦି ପ୍ରାର୍ଥୀ ଭୁଲ ତଥ୍ୟ ଦିଅନ୍ତି ତେବେ ଦଣ୍ଡିତ ହେବେ ବୋଲି ନିର୍ବାଚନ କମିଶନ କହିଛନ୍ତି ।
ପଞ୍ଚାୟତ ନିର୍ବାଚନରେ ୨ କୋଟି ୭୯ଲକ୍ଷ ଭୋଟର ଦେବେ ଭୋଟ । କେଉଁ ବ୍ଲକରେ କେବେ ନିର୍ବାଚନ ହେବ ସେ ନେଇ ୱେବସାଇଟରେ ଉପଲବ୍ଧ ହେବ । କରୋନା ପାଇଁ ସଭା ସମିତି, ରାଲି, ପଦଯାତ୍ରା ଉପରେ କଟକଣା ଲଗାଯାଇଛି । ଭର୍ଚୁଆଲ ଓ ଡିଜିଟାଲ ପ୍ଲାଟଫର୍ମରେ ପ୍ରଚାର କରିବେ ପ୍ରାର୍ଥୀ ।