ଝାରସୁଗୁଡ଼ା : ପଞ୍ଚଭୂତରେ ଲୀନ ହୋଇଛନ୍ତି ନବ ଦାସ । ହଜାର ହଜାର ସମର୍ଥକ, ଶ୍ରଦ୍ଧାଳୁଙ୍କ ସହ ଓଡ଼ିଶାର ମନ୍ତ୍ରୀ, ବିଧାୟକ, ନେତାମାନେ ତାଙ୍କୁ ଶେଷ ବିଦାୟ ଦେଇଛନ୍ତି । ଆଜି ଝାରସୁଗୁଡ଼ାରେ ତାଙ୍କ ମର ଶରୀର ପହଂଚିବା ପରେ ତାଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଥିଲା । ବେହେରାମାଲ ତାଙ୍କ ବାସଭବନରୁ ଏକ ବିରାଟ ଶବ ଶୋଭାଯାତ୍ରା ବାହାରିଥିବା ବେଳେ ସାରା ସହର ଲୋକାରଣ୍ୟ ହୋଇ ଉଠିଥିଲା । ସ୍ଥାନୀୟ ଖେରୁଆମାଲ ଶ୍ମଶାନରେ ତାଙ୍କ ଶେଷକୃତ ସମାପ୍ତ ହୋଇଛି । ଓଡ଼ିଶାର ବହୁ ଗଣ୍ୟମାନ୍ୟ, ଜ୍ଞାନୀଗୁଣୀଙ୍କ ସହ ଉଚ୍ଚପଦାଧିକାରୀ ଓ ନେତା ମନ୍ତ୍ରୀମାନେ ତାଙ୍କୁ ଅନ୍ତିମ ବିଦାୟ ଦେଇଛନ୍ତି । ନବ ଦାସ ଅମର ରହେ ଧ୍ୱନୀରେ କଂପି ଉଠିଛି ଗଗନ ପବନ ।
Prev Post